ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ,(ଏସ୍‌ ନ୍ୟୁଜ): ସୁନ୍ଦରଗଡ କୁତ୍ରାରେ ଏକ ଅଭାବନୀୟ ଘଟଣା । ଘର ବାହାରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ଜଣଙ୍କୁ କରାଯାଇଛି । ସୁନ୍ଦରଗଡ କୁତ୍ରା ଥାନା ପଞ୍ଚରା ବଜାରପଡାରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ଶୁକୁ ସୋରେଙ୍ଗ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ ହତ୍ୟାକାଣ୍ଡର କାରଣ କଣ ଅସ୍ପଷ୍ଟ ରହଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।