ସିରିଜ୍ ହାରି ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ-shaksi news

କାନବେରା : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି ଭାରତ । ସିରିଜ କ୍ଲିନସୁଇପ ଲଜ୍ଜାରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ଠାରୁ ଲଗାତର ୨ଟି ମ୍ୟାଚ୍‌ ହାରି ସିରିଜ୍‌ ହାତ ଛଡ଼ା କରିଥିଲେ ବି ଆଜି ଶେଷରେ ବିଜୟ ସ୍ୱାଦ ଚାଖିଛି। କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ସିରିଜ୍‌ର ଶେଷ ତଥା ତୃତୀୟ ଦିନିକିଆରେ ମ୍ୟାଚରେ ଭାରତ ୩୦୨ ରନ କରିଥିଲେ। ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ଆଜି ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୯୨ ରନ, ରବିନ୍ଦ୍ର ଜାଦେଜା ୬୬ରନ ଓ ଅଧିନାୟକ ବିରାଟ କୋହଲି ୬୩ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୦୨ ରନ କରିଥିଲା । ୩୦୩ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ମାରନସ ଲାବୁସାନ ଓ ଅଧିନାୟକ ସ୍ମିଥ ୭ ରନ ଲେଖାଏଁ କରି ପାଭିଲିୟନ ଫେରିଥିଲେ । କିନ୍ତୁ ଆରନ ଫିଞ୍ଚ୍ (୭୫ରନ), ଗ୍ଲେନ ମାକ୍ସଓ୍ବେଲ( ୫୭ରନ) ଓ ଆଲେକ୍ସ କ୍ୟାରେ (୩୮ରନ) ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇଯାଇଥିଲେ । ତେବେ ଦଳ ୪୯.୩ ଓଭରରେ ୨୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ବୁମରା ଓ ନଟରାଜନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହାକୁ ନେଇ ଭାରତ ବିଜୟ ହାସଲ କରିଥିଲା ।