ବିଜେଡ଼ି ୩୬ ଜଣିଆ ନୂଆ ମିଡ଼ିଆ ଟିମ

ଭୁବନେଶ୍ବର (ଏସ୍ ନ୍ଯୁଜ ): ବିଜେଡ଼ି ପକ୍ଷରୁ ଆଜି ୩୬ ଜଣିଆ ମେଡିଆ ଟିମ ଗଠନ କରାଯାଇଛି। ଏଥିରେ ୬ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର, ୧୪ ପାନେଲିଷ୍ଟ ରହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ପକ୍ଷରୁ ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି।

ଜାତୀୟ ମୁଖପାତ୍ର ଭାବେ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀଙ୍କୁ ଚୟନ କରାଯାଇଛି। ସେହିପରି ୧୬ ଜଣଙ୍କୁ ମୁଖପାତ୍ର ଭାବେ ମନୋନୀତ କରାଯାଇଛି । ସେମାନେ ହେଲେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁଉଁରିଆ,ଡ଼ଃ. ଵ୍ୟମୋକେଶ ରାୟ,ଡ଼ଃ. ରେସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପମୁଦ୍ର ବକ୍ସିପାତ୍ର,ଡ଼ଃ. ଲେନିନ୍ ମହାନ୍ତି, ସଞ୍ଜୟ ବବୋ, ଶ୍ରୁଳତା ଦେଓ, ସ୍ୱେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ, ଡ଼ଃ. ହରିଷ ଚୌଧୁରୀ।

ଏହା ସହିତ ପ୍ୟାନେଲିଷ୍ଟ ଭାବରେ ୧୪ ଜଣଙ୍କୁ ମନୋନୀତ କରାଯାଇଛି ଚନ୍ଦ୍ରାଣୀ ମିର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ ପ୍ରକାଶ ସାହୁ ,ମଧୁସ୍ମିତା ନାୟକ , ଇପ୍ସିତା ସାହୁ,ଜ୍ୟୋତ୍ସ୍ନା ମୟୀ ସାହୁ,ସୋଫିଆ ଆଲାମ,ତୁମ୍ବାନାଥ ପରିଡା ,ପ୍ରଶାନ୍ତ କୁମାର ସାହୁ ,ଅମିତ୍ ମଲ୍ଲିକ,ଛବି ମହାଲି ,ମୀନାକ୍ଷୀ ମିଶ୍ର, ସ୍ମୃତି ନନ୍ଦ ।