ଆଜିଠୁ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ

ଚେନ୍ନାଇ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆଜି ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। କରୋନା ମହାମାରୀ ପରେ ପ୍ରାୟ ବର୍ଷକ ବ୍ୟବଧାନ ଅର୍ଥାତ୍ ୩୩୦ ଦିନ ପରେ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି। ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳା ଯିବାକୁ ଥିବା ବେଳେ ଏଥିରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିତୃତ୍ୱ ଅବକାଶ ପରେ ଟିମ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି।