ବିଶ୍ବ କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’ ଉଦଘାଟିତ,ତ୍ରିରଙ୍ଗା ଧରିଲେ ମ୍ୟାରୀ କମ୍ ଓ ମନପ୍ରୀତ

ଟୋକିଓ: ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ କରୋନା ମହାମାରୀ ଯୋଗୁଁ ବିନା ଦର୍ଶକରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଉଛି ।
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ ।

ସୂଚନା ଯୋଗ୍ୟ ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଗ୍ରୀକ୍‌ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍‌ଙ୍କୁ ଆଗକୁ ନେଇଥିଲେ ।