ବିଜୁଳି ବେପାର କରିବେ ଆଦାନୀ-ଅମ୍ବାନୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମୁକେଶ ଅମ୍ବାନୀ ଓ ଶିଳ୍ପପତି ଆଦାନୀ ମିଳିତ ଭାବେ ଶକ୍ତି ବ୍ୟବସାୟ କରିବାକୁ ହାତ ମିଳାଇଛନ୍ତି । ସୂଚନା ମୁତାବକ ଆଦାନୀ ପାୱାର ଲିମିଟେଡ୍‌ ପୃଷ୍ଠପୋଷକତାରେ ଗଠିତ ମାହାନ ଏନର୍ଜେନ୍‌ ଲିମିଟେଡ (ଏମ୍‌ଇଏଲ)ର ୫ କୋଟି ଇକ୍ୱିଟି ସେୟାର କିଣିବାକୁ ବୁଝାମଣା କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ।

ମୋଟ ଉପରେ କହିବାକୁ ଗଲେ, ଆଦାନୀଙ୍କ ମାଲିକାନାରେ ରହିଥିବା ମାହାନ କମ୍ପାନୀର ୨୬ ଭାଗ ମାଲିକାନା କିଣିବେ ଅମ୍ବାନୀ । ମାହାନ ନିକଟରେ ୬୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି । ସେଥିରୁ ମୁକେଶ ୫୦୦ ମେଗାୱାଟ୍‌ ବିଜୁଳି କିଣିବେ । ଦୁହେଁ ୨୦ ବର୍ଷ ପାଇଁ ବିଜୁଳି ବୁଝାମଣା କରିଛନ୍ତି ।