ଆହୁରି ୪/୫ ଦିନ ଜଳିବ ସାରା ଓଡ଼ିଶା

ଭୁବନେଶ୍ୱର: ଚୈତ୍ରମାସରେ ପ୍ରଚଣ୍ଡ ଖରା । ଦିନ ୧୧ଟାରେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ । ଦିନ ଦୁଇଟା ବେଳକୁ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲସିୟସ ଭିତରେ । ଓଡ଼ିଶାର ଉପକୂଳ ହେଉ କି ଆଭ୍ୟନ୍ତରୀଣ । ସାରା ଓଡ଼ିଶା ଏବେ ତାତିଲା କଡେ଼ଇରେ ବସିଛି ।

ଆହୁରି ୪/୫ ଦିନ ଧରି ତାପମାତ୍ରା ଉଚ୍ଚ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଚଳ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ଉପକୂଳ ଓଡ଼ିଶାର ବାୟୁମଣ୍ଡଳ ବେଶ ଶୁଖିଲା ରହିଛି । ଆକାଶରେ ମେଘର ସାମାନ୍ୟ ଚିହ୍ନବର୍ଣ୍ଣ ନାହିଁ । ଆଗାମୀ ୪୮ ଘଂଟା ଭିତରେ ତାପମାତ୍ରା କମିବାର ଆଶା ନାହିଁ ।