ବିହାରରେ କଂଗ୍ରେସକୁ ଭାଲୁ ଧରାଇଲେ ଲାଲୁ

ପାଟନା: ଜାତୀୟ ସ୍ତରରେ ଇଣ୍ଡିଆ ମେଂଟକୁ ପରିଚାଳନା କରୁଛି କଂଗ୍ରେସ । ସେହି ଦୃଷ୍ଟିରୁ ପ୍ରତି ରାଜ୍ୟରେ କଂଗ୍ରେସକୁ ଅଧିକ ଆସନ ମିଳିବା ଯୁକ୍ତିସଂଗତ । ମାତ୍ର ଅଧିକାଂଶ ରାଜ୍ୟରେ ଆଂଚଳିତ ଦଳଗୁଡ଼ିକ କଂଗ୍ରେସ ଉପରେ ଦାଦାଗିରି କରୁଥିବାର ଦେଖିବାକୁ ମିଳୁଛି ।

ବିହାରରେ ଲାଲୁ-ତେଜସ୍ୱୀ ଯୋଡ଼ି ଅବିକଳ ସୋନିଆ-ରାହୁଲ ଯୋଡ଼ି । ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସହିତ ଭଲ ସଂପର୍କ ରହିଛି । ମାତ୍ର ସେଠାରେ କଂଗ୍ରେସକୁ ମାତ୍ର ୯ଟି ଲୋକସଭା ଆସନ ଦେଇଛନ୍ତି ଲାଲୁ ।

ଲାଲୁଙ୍କୁ ସାବାଡ୍‌ କରିବା ପାଇଁ କଂଗ୍ରେସ ପୂର୍ଣ୍ଣିୟାରେ ପପୁ ଯାଦବଙ୍କ ଜନ ଅଧିକାର ପାର୍ଟିକୁ ଇଣ୍ଡିଆ ମେଂଟଭୁକ୍ତ କରିଛି । ତେବେ ଲାଲୁ କି ଛାଡ଼ିବା ମଣିଷ, ସେ ଜେଡିୟୁ ଛାଡ଼ିଥିବା ନେତ୍ରୀ ବୀମା ଭାରତୀଙ୍କୁ ପୂର୍ଣ୍ଣିୟାରୁ ପ୍ରାର୍ଥୀ କରିଛନ୍ତି ।

ବିହାର ରାଜନୀତି ପାଣିପାଗ ସହିତ ଲାଲୁ ବେଶ ଅଭ୍ୟସ୍ତ ଥିବାରୁ ସେଠାରେ ପପୁଙ୍କ ବିଜୟ ଅସମ୍ଭବ ହୋଇପଡ଼ିଛି । କଂଗ୍ରେସ ସହିତ ଘନିଷ୍ଠ ସଂପର୍କ ରଖି ମଧ୍ୟ ଆରଜେଡିକୁ ଆଶାଜନକ ଲାଭ ମିଳିଲାନି ।