ସୁନା, ରୁପା ଦର କମିଲା

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହୋଇଆସିବା ବେଳକୁ ଶୁଭ ଖବର ଆସି ପହଞ୍ଚିଛି। ସୁନା ଏବଂ ରୁପା ଦର ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଛି। ଆଗକୁ ଦଶହରା, ଦୀପାବଳୀ ଓ ଧନତେରସ ଆସୁଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି ଗ୍ରାହକ।

ଶୁକ୍ରବାର ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୫୧,୮୨୬ ଟଙ୍କା ରୁ ହ୍ରାସ ପାଇ ୫୧,୭୭୦ ଟଙ୍କାରେ ପହଞ୍ଚିଛି। ଆଜି ଦାମରେ ୫୬ ଟଙ୍କା ହ୍ରାସ ଘଟିଥିବା ବେଳେ ଗତ ୨ ଦିନରେ ସୁନା ଦର ୧୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିସାରିଛି।

ସେହିଭଳି ସୁନା ଦର ସହ ତାଳଦେଇ ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପା ଦାମ୍ ୬୯,୧୦୯ ଟଙ୍କାରୁ ୬୮,୩୭୧ ଟଙ୍କାକୁ ଖସି ଆସିଛି। କେଜି ପିଛା ପ୍ରାୟ ୭୦୦ ଟଙ୍କା କମିଯାଇଛି ଦର।

ବିଶେଷଜ୍ଞଙ୍କ କହିବା ମୁତାବକ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ୟବସାୟୀକ ସ୍ଥିତି ସୁଧୁରୁଛି। ବିଦେଶରେ ସୁନା ରୁପା ଦର କମିଥିବା ଘରୋଇ ବଜାରରେ ମଧ୍ୟ ଏହାର ଲାଭ ପାଇବେ ଗ୍ରାହକ।