ବରମୁଣ୍ଡା ବସଷ୍ଟାଣ୍ଡରୁ ବିପୁଳ ଶାଢ଼ି ଜବତ; ଦୁଇଜଣ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ରାଜଧାନୀର ନବନିର୍ମିତ ବସଷ୍ଟାଣ୍ଡରୁ ବିପୁଳ ପରିମାଣର ଶାଢ଼ି ଜବତ କରିଛି ବାଣିଜ୍ୟକର ବିଭାଗ । ଦୁଇଜଣ ଶାଢ଼ି ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ବଲାଙ୍ଗିରରୁ ଶାଢ଼ି ଗଣ୍ଠିଲି ଧରି ଦୁଇ ବ୍ୟବସାୟୀ ଭୁବନେଶ୍ୱର ବସଷ୍ଟାଣ୍ଡରେ ପହଂଚିଥିଲେ; ମାତ୍ର ଶାଢ଼ି କିଣିଥିବା ସଂପର୍କୀତ ବଳିଷ୍ଠ କାଗଜପତ୍ର ଦେଖାଇ ପାରି ନଥିଲେ ।

ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ରାଜଧାନୀକୁ ବିନା କାଗଜପତ୍ରରେ ବିପୁଳ ପରିମାଣର ଶାଢ଼ି ଆସିବା ଅନେକଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।