ମହୁ ଲୋଭରେ ପାଣିଟାଙ୍କି ଚଢ଼ିଲେ, ଖସିପଡ଼ି ପ୍ରାଣ ହରାଇଲେ

ଆନନ୍ଦପୁର: ଗୁରୁବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଂଚଳରେ ଜଣେ ଯୁବକ ପ୍ରାୟ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣିଟାଙ୍କିରୁ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି ।

ପଣାସିଝରଣ ଗ୍ରାମରେ ଥିବା ପାଣିଟାଙ୍କିରୁ ତଳକୁ ଝୁଲି ରହିଥିବା ମହୁଫେଣାରୁ ମହୁ ସଂଗ୍ରହ ପାଇଁ ଉଦ୍ୟମ କରୁଥିଲେ । ମୃତକଙ୍କ ନାମ ଗୁରୁବା ହେମ୍ବ୍ରମ ।

ମହୁମାଛି ପଲଙ୍କ ହମ୍‌ଲାରୁ ନିଜକୁ ବଂଚାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣ ଚାଲିଗଲା ।