ପଣା ସଂକ୍ରାନ୍ତିରୁ ୪/୫ ଦିନ ତାତିରୁ ତ୍ରାହି ମିଳିବନି

ଭୁବନେଶ୍ୱର: ଆଗାମୀ ଦିନରେ ସାରା ଓଡ଼ିଶାରେ ଅସମ୍ଭାଳ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶୁକ୍ରବାର ଦିନଠାରୁ ତାପମାତ୍ର ବୃଦ୍ଧି ପାଇବ । କେତେକ ଅଂଚଳର ତାପମାତ୍ରାରେ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ।

ଏପ୍ରିଲ ୧୪ ଓ ୧୫ ତାରିଖରେ କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ମାଲକାନାଗିରି, ସୁନ୍ଦରଗଡ଼, ଅନୁଗୁଳ ଓ ସମ୍ବଲପୁରରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଅନୁଭୂତ ହେବ ।

ଶୁକ୍ରବାର ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଭାଗରେ ତୁହାକୁ ତୁହା ଥଣ୍ଡା ପବନ, ଘଡ଼ଘଡ଼ି ଓ ବର୍ଷା ହେବାର ଆଶଙ୍କା କରାଯାଉଛି । ମୋଟ ଉପରେ କହିଲେ, ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟର ତାପମାତ୍ରା ହାଲୁକା ରହିବ ।