ପ୍ରଗତି ପଥେ ଓଡ଼ିଶା’ ସମାରୋହରେ ମିଛୁଆଙ୍କ ବାରବାଟୀ ଚାଷ

ଭୁବନେଶ୍ୱର: ଏକ ଘରୋଇ ଚାନେଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତାରକା ହୋଟେଲ ମେ’ ଫେୟାରରେ ଚାଲିଥିବା ‘ପ୍ରଗତି ପଥେ ଓଡ଼ିଶା’ କାର୍ଯ୍ୟକ୍ରମରେ କ୍ଷମତାସୀନ ଦଳର ତୁଙ୍ଗନେତାମାନେ ଡାହା ମିଛ କହୁଥିବାର ଦେଖିବାକୁ ମିଳିଛି ।
ଉଦଘାଟନୀ ସମାରୋହରେ ଯୋଗଦାନ କରି କଟକ ମେୟର ସୁବାସ ସିଂ ଫାଇଭ-ଟି ଜରିଆରେ ରାଜ୍ୟର ଶିକ୍ଷାକ୍ଷେତ୍ରର ରୂପରେଖ ବଦଳି ଯାଇଥିବା କଥା କହିଥିଲେ । ଓଡ଼ିଶାର ଶିଳ୍ପକ୍ଷେତ୍ରକୁ ବିପୁଳ ପରିମାଣର ବିଦେଶୀ ପୁଞ୍ଜି ଆସିବାର ବାଟ ଫିଟିଛି । ବିଦେଶୀ ନିବେଶକମାନେ ପଶ୍ଚିମ ଭାରତର ମହାରାଷ୍ଟ୍ର ପରେ ପୂର୍ବ ଭାରତର ଓଡ଼ିଶାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବିଷୟ କହିଥିଲେ ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ।
ଓଡ଼ିଶାର ବିକାଶ ହୋଇ ନଥିଲେ, ଓଡ଼ିଶା କୌଣସିମତେ ଜାତୀୟ ହକି ଇଣ୍ଡିଆର ପ୍ରତିପାଳନ ଦାୟିତ୍ୱ ମୁଣ୍ଡାଇ ନଥାନ୍ତା ଓ ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଲାଭ କରି ନଥାନ୍ତା । ବିଗତ ୨୦ ବର୍ଷ ଭିତରେ ଓଡ଼ିଶା କୃଷିପ୍ରଧାନ ରାଜ୍ୟରୁ ଶିଳ୍ପପ୍ରଧାନ ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଆସୋଚାମ ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ।
ଓଡ଼ିଶାର ଯୋଉ ଯୁବକମାନେ ଅନ୍ୟ ରାଜ୍ୟ ବା ବିଦେଶରେ କାମ କରୁଥିଲେ; ସରକାରଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ପ୍ରତିଶ୍ରୁତି ପାଇବା ପରେ ସେମାନେ ଏବେ ରାଜ୍ୟକୁ ଫେରି ସ୍ୱାବଲମ୍ବୀ ହୋଇପାରୁଛନ୍ତି ।