ଆଠମଲିକରେ ବ୍ୟାପୁଛି କିଡ୍‌ନୀ ରୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲିକ ଅଂଚଳରେ ଦିନକୁ ଦିନ କିଡ୍‌ନୀ ରୋଗ ବ୍ୟାପୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ ବୋଲି ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି ।

ଗରିବ ରୋଗୀଙ୍କ ନିକଟରେ କଟକ ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି । ଘର ଭିତରେ ପଡ଼ିରହି ମରଣକୁ ଅପେକ୍ଷା କରିବା ଛଡ଼ା ସେମାନଙ୍କ ନିକଟରେ ବିକଳ୍ପ କିଛି ନାହିଁ ।ଆଠମଲିକ ବ୍ଲକରୁ ପ୍ରାୟ ୧୫ କିଲୋମିଟର ଦୂରରେ ଠାକୁରଗଡ଼ ପଂଚାୟତ ରହିଛି ।

ଉକ୍ତ ପଂଚାୟତର ପ୍ରାୟ ୮୦୦ରୁ ଅଧିକ ଲୋକ କିଡ୍‌ନୀ ରୋଗରେ ପୀଡ଼ିତ ।କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକମାନେ ବିପିଏଲ ପରିବାରର ହୋଇଥିବାରୁ ସେମାନଙ୍କ ପ୍ରତି ସରକାର କୃପାଦୃଷ୍ଟି ପକାଇବାକୁ ବହୁ ସାମାଜିକ ସଂଗଠନ ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ ୨୦୧୫, ୨୦୧୯ ଓ ୨୦୨୩ରେ ସଂପୃକ୍ତ ଅଂଚଳରେ ବହୁ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ।