ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଏବେ କରୋନା ସଂକ୍ରମଣ ବଢିବା ପରେ ସାମାନ୍ୟ କମିଛି….

ନୂଆଦିଲ୍ଲୀ : ଉପରତଳ କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିଲା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିବା ପରେ ସାମାନ୍ୟ କମିଛି। ମୃତ୍ୟୁସଂଖ୍ୟାରେ ବି କାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୨ ହଜାର ଟପିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୨୭୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।