ଚିନ୍ତା ବଢାଉଛି ରାଜଧାନୀ! ବଢୁଛି କରୋନା ଗ୍ରାଫ

ରାଜଧାନୀ ଦିଲ୍ଲୀରେ କୋଭିଡ ହାର ବଢିବାରୁ ଏବେ ପୁଣିଥରେ ଚିନ୍ତା ବଢାଇ…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କୋରନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବା ସହ ଏବେ ପୁଣି ସାମାନ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିଲ୍ଲୀରେ କରୋନା ପଜିଟିଭିଟି ହାର ୨.୩୯ ପ୍ରତିଶତ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କୌଣସି ବ୍ୟକ୍ତି କୋଭିଡଜନିତ ସଂକ୍ରମଣରେ ମୃତ୍ୟୁବରଣ କରିନାହାନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ରାଜଧାନୀ ଦିଲ୍ଲୀରେ ୨୯୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ରାଜଧାନୀ ଦିଲ୍ଲୀରେ କୋଭିଡ ହାର ବଢିବାରୁ ଏବେ ପୁଣିଥରେ ଚିନ୍ତା ବଢାଇ ଦେଇଛି । ସେହିପରି ଓମିକ୍ରନର ସବଭ୍ୟାରିଆଣ୍ଟ କୁହାଯାଉଥିବା ଇକ୍ସଆଇ ଦ୍ରୁତଗତିରେ ବଢିବାରେ ଲାଗିଛି । ସେହିପରି ଦେଶରେ ଏହି ନୂଆ ଭାରିଆଣ୍ଟରେ ୨ ଜଣ ଚିହ୍ନଟ ହୋଇଛନ୍ତି ।