ବାତ୍ୟା ‘ମେଗି’ ତାଣ୍ଡବରେ ୧୩୮ ମୃତ୍ୟୁ

ବାତ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…

ନୂଆଦିଲ୍ଲୀ: ଫିଲିପାଇନ୍ସରେ ହୋଇଥିବା ବାତ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଦେଶର କେନ୍ଦ୍ରୀୟ ଓ ଦକ୍ଷିଣ ଅଞ୍ଚଳରେ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଫିଲିପାଇନ୍ସରେ ବାତ୍ୟା କାରଣରରୁ ଭୂସ୍ଖଳନ ଓ ଭାରି ବର୍ଷା ହୋଇଥିଲା ।

ଅନ୍ୟପକ୍ଷରେ ଫିଲିପାଇନ୍ସ ମିଲିଟାରୀ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରୀୟ ଫିଲିପାଇନ୍ସର କାପିଜ, ଆକଲାନ, ଆଣ୍ଟିକ୍ୟୁ ଓ ଲୋଇଲୋ ୧୫୯ଟି ଅଞ୍ଚଳରେ ବାତ୍ୟା ତାଣ୍ଡବ ରଚିଥିଲା । ସୂଚନାଯୋଗ୍ୟ ଗତ ରବିବାର ତାଣ୍ଡବ ରଚିଥିବା ଏହି ବାତ୍ୟା ‘ମେଗି’ ଚଳିତବର୍ଷ ଦକ୍ଷିଣ ଏସିଆରେ ପ୍ରଥମଥର ପାଇଁ ଦେଖାଯାଇଛି ।