୧୭୦୦ କୋଟି ଟଙ୍କାର ହିରୋଇନ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲର ଟିମକୁ ମୁମ୍ବାଇରେ ଏକ ବଡ ସଫଳତା ମିଳିଛି । ଉକ୍ତ ଟିମ ନବା ସେବା ପୋର୍ଟରୁ ଏକ କଣ୍ଟେନର ଜବତ କରିଛି । ସେଥିରୁ ୩୪୫ କିଲୋ ହିରୋଇନ ମିଳିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ନିକଟରେ ସ୍ୱତନ୍ତ୍ର ସେଲ ୧୨୦୦ କୋଟି ଟଙ୍କାର ହିରୋଇନ ସହ ଆଫଗାନିସ୍ତାନର ୨ଜଣ ନାଗରିକଙ୍କୁ ଗିରଫ କରିଥିଲା । ଜେରା ସମୟରେ ମୁମ୍ବାଇର ନବା ସେବା ପୋର୍ଟରେ ସେମାନେ ଏକ କଣ୍ଟେନରରେ ୩୪୫ କିଲୋ ହିରୋଇନ ରଖିଥିବା ନେଇ ସୂଚନା ଦେଇଥିଲେ ।