ଦୁଇ ଦିନରେ ୧୦୦ କୋଟି ଟଙ୍କା ପାର୍‌ କଲା ଐଶ୍ବର୍ଯ୍ୟାଙ୍କ ‘ପୋନିୟିନ୍‌ ସେଲ୍‌ଭନ-୨

ମୁମ୍ବାଇ: ଗତବର୍ଷ ପଡ଼ ପରଦ‌ାରେ ଦେଖିବାକୁ ମିଳିଥିବା ଚୋଲ୍‌ ସାମ୍ରାଜ୍ୟର ‘ପୋନିୟିନ୍‌ ସେଲ୍‌ଭନ୍‌’ର ପ୍ରଥମ ଭାଗ ଜବରଦସ୍ତ ହିଟ୍‌ ହୋଇଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୧’ ବିଶ୍ବ ସ୍ତରରେ ୫୦୦ କୋଟି ଟଙ୍କାର ବେପାର କରିଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୨’ରୁ ବି ସେହି ଧରଣର ରୋଜଗାର ଆଶା କରାଯାଉଛି। ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି। ହେଲେ ରୋଜଗାର ହିସାବରେ ଦେଖିବାକୁ ଗଲେ ଦ୍ବିତୀୟ ଭାଗ ପ୍ରଥମ ଭାଗର ପ୍ରାରମ୍ଭ ବେପାରଠାରୁ ଟିକେ ପଛରେ ରହିଛି ।

ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୧.୫୩ କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୨୬ କୋଟି ଟଙ୍କାର ବେପାର କରିଛି। ତେବେ ଫିଲ୍ମଟିର ବିଶ୍ବ ସ୍ତରୀୟ ରୋଜଗାର ୧୦୦ କୋଟିରୁ ଊର୍ଧ୍ବ ଛୁଇଁଛି।