ମେ ୧ ଶ୍ରମିକ ଦିବସ

ବିଶ୍ବର ଶତାଧିକ ରାଷ୍ଟ୍ରରେ ମେ ୧ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଉଛି। ସବୁଠୁ ପ୍ରଥମେ ୧୮୮୨ରେ ଆମେରିକା ଓ କାନାଡାରେ ସେପ୍ଟେମ୍ବର ମାସରେ ଶ୍ରମିକ ଦିବସ ପାଳିତ ହେଲା। କିଛି ବର୍ଷ ପରେ ମେ ପହିଲାରେ ଏହି ଦିବସ ପାଳନର ନିଷ୍ପତ୍ତି ନିଆଗଲା। ଶ୍ରମିକମାନେ‌ ଆଠଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଆନ୍ଦୋଳନର ରୂପ ନେଲା। ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ସଂଘର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା କାର୍ଯ୍ୟ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗୃହୀତ କରିଥଲେ। ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା। ୧୯୨୩ରେ ତତ୍କାଳୀନ ମାଡ୍ରାସରେ ‘ଲେବର୍ କିସାନ ଅଫ୍ ପାର୍ଟି’ ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ଶ୍ରମିକ ଦିବସ ପାଳିତ ହେଲା।