‘God Father’ର ଧମାକାଦାର ଟିଜର ରିଲିଜ୍‌

ତେଲୁଗୁ ବ୍ୟତୀତ ହିନ୍ଦୀ ଡବରେ ଟିଜର ମଧ୍ୟ ରିଲିଜ ହୋଇଛି…..

ମୁମ୍ଵାଇ : ମେଗା ଷ୍ଟାର୍ ଚିରଞ୍ଜୀବୀ। ୨୨ଅଗଷ୍ଟ ଅର୍ଥାତ୍‌ ଆଜି ୬୭ରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ପାଳନ କରିବାକୁ ନିର୍ମାତାମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଡ ଫାଦରର ଟିଜର ରିଲିଜ କରିଛନ୍ତି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିକୁ ନେଇ ନା ନା ଗୁଜବ ସୃଷ୍ଟି କରୁଥିଲା। ଏହା ଏକ ରାଜନୈତିକ ଥ୍ରୀଲର ଫିଲ୍ମ ।
GOD FATHER
ଟ୍ରେଲର ଲଞ୍ଚ ପୂର୍ବରୁ ସମସ୍ତ ଚରିତ୍ର ଟିଜରରେ ପରିଚିତ କରାଯାଇଛି। ଗଡ ଫାଦର ଟିଜର ବହୁତ ଧୁଆଁଧାର ହୋଇଛି। ଏଥିରେ ଚିରଞ୍ଜୀବୀଙ୍କ ବ୍ୟତୀତ ସଲମାନ ଖାନ ଏବଂ ନୟନ୍ତରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେଲୁଗୁ ବ୍ୟତୀତ ହିନ୍ଦୀ ଡବରେ ଟିଜର ମଧ୍ୟ ରିଲିଜ ହୋଇଛି। ପ୍ରାୟ ଦେଢ ମିନିଟର ଟିଜରରେ ବହୁତ କିଛି ଦେଖବାକୁ ମିଳିଛି ।