ରିଲିଜ୍‌ ହେଲା ‘ଗ୍ୟାସ୍‌ଲାଇଟ୍‌’ ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଚଳଚ୍ଚିତ୍ର ‘ଗ୍ୟାସ୍‌ଲାଇଟ୍‌’କୁ ନେଇ ଏବେ ଚର୍ଚ୍ଚାରେ। ଇତି ମଧ୍ୟରେ ‘ଗ୍ୟାସ୍‌ଲାଇଟ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜ୍‌ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରୁଛି। ‘ଗ୍ୟାସ୍‌ଲାଇଟ୍‌’ ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଅକ୍ଷୟ ପୁରୀଙ୍କ ଦ୍ବାରା ନିର୍ମିତ ପୱନ କୃପଲାନୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୩୧ ତାରିଖରେ ଡିଜ୍ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବ।

ଫିଲ୍ମରେ ସାରା ‘ମୀଶା’ ନାମ୍ନୀ ଜଣେ ଦିବ୍ୟାଙ୍ଗ ଝିଅ ଭୂମିକାରେ ଅଭିନୟ କରିଛନ୍ତି ଏବଂ ନିଜ ପିତାଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଚିତ୍ରାଙ୍ଗଦା ଏଥିରେ ନକରାତ୍ମକ ଭୂମିକାରେ ନଜର ଆସିଛନ୍ତି। ବିକ୍ରାନ୍ତ ଓରଫ୍‌ କପିଲ ‘ମୀଶା’ଙ୍କୁ ତାଙ୍କ ପିତାଙ୍କ ହତ୍ୟାକାରୀକୁ ଖୋଜିବାରେ ସାହାଯ୍ୟ କରୁଛନ୍ତି। ‘ଗ୍ୟାସ୍‌ଲାଇଟ୍‌’ର ଜବରଦସ୍ତ ଟ୍ରେଲରରୁ ଅନୁମାନ କରାଯାଉଛି ଯେ ଫିଲ୍ମ ଚମତ୍କାର ପ୍ରଦର୍ଶନ କରିବ।