ଶାଢୀ ପିନ୍ଧି ଓସ୍କାର ପୁରସ୍କାର ଗ୍ରହଣ କଲେ ଗୁନୀତ୍‌ ମୁଙ୍ଗା

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ସମ୍ମାନ । ଓସ୍କାରରେ ପାରମ୍ପରିକ ବନାରସୀ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କଲେ ଗୁନୀତ ମୁଙ୍ଗା । ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବା ଡକ୍ୟୁମେଣ୍ଟାରୀ ସିନେମା ପାଇଁ ଗୁନୀତ୍‌ଙ୍କ ସିନେମା “ଦ’ ଏଲିଫ୍ୟାଣ୍ଟ ହ୍ୱିସପରସ୍‌”କୁ ଓସ୍କାର ସମ୍ମାନ ମିଳିଛି । ଏହାର ସେ ସହ ପ୍ରଯୋଜକ ଅଛନ୍ତି । ତାଙ୍କ ସହ ସିନେମାର ନିର୍ଦେଶନା ଦେଇଥିବା କାର୍ତିକ ଗୋନସାଲଭେସ୍‌ଙ୍କୁ ମଧ୍ୟ ଓସ୍କାର ମିଳିଛି । ଗୁନୀତ ଏକ ଗୋଲାପି ରଙ୍ଗର ବନାରସୀ ଶାଢୀ ପିନ୍ଧି ଓସ୍କାର ଗ୍ରହଣକରିଥିଲେ । ଏ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସାଜ୍ଜସଜ୍ଜାରେ ତାଙ୍କୁ ଦେଖିବା ପାଇଁ ମିଳିଥିଲା ।