ଡିଜିଟାଲ ଡେବ୍ୟୁ କରିବେ ଇଶା ଦେଓଲ

ଇଶା ବଲିଉଡରୁ ଗାୟବ ହୋଇଯାଇଥିଲେ କିନ୍ତୁ ଏବେ ଏହି ୱେବ ସିରିଜ ମାଧ୍ୟମରେ…

ମୁମ୍ବାଇ: ଦୀର୍ଘ ଦିନର ବ୍ରେକ ପରେ ପୁଣିଥରେ ଗ୍ଲାମର ଦୁନିଆକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ । କିନ୍ତୁ ଏଥର ବଡ ପରାକୁ ନୁହେଁ ଡିଜିଟାଲ ପ୍ଲାଟଫର୍ମରେ ଆସି ନିଜର ଜଲୱା ଦେଖାଇବେ । ଅଜୟ ଦେବଗନଙ୍କ ପ୍ରଥମ ୱେବ ସିରିଜ ‘ରୁଦ୍ର ଦି ଏଜ ଅଫ ଡାର୍କନେସ’ରେ ଇଶାଙ୍କୁ ଅଜୟଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରେ ରିଲିଜ ହେବ ।

ଇଶା ବଲିଉଡରୁ ଗାୟବ ହୋଇଯାଇଥିଲେ କିନ୍ତୁ ଏବେ ଏହି ୱେବ ସିରିଜ ମାଧ୍ୟମରେ ଫେରିଛନ୍ତି । ଏନେଇ ଇଶା କହିଛନ୍ତି କି ଜଣେ ଅଭିନେତ୍ରୀ ଭାବେ ସେ ଏପରି ପ୍ରୋଜେକ୍ଟରେ କାମ କରିବାକୁ ପସନ୍ଦ କରନ୍ତି । ଡିଜିଟାଲର ଡେବ୍ୟୁରୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଇଶା ।