ଲଣ୍ଡନ ରାସ୍ତାରେ ଝିଅ ଓ ପତ୍ନୀଙ୍କ ସହ ଡ୍ୟାନ୍ସ କଲେ ଗାଙ୍ଗୁଲି

ଏଥିରେ ଗାଙ୍ଗୁଲି ବଲିଉଡ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି

ନୂଆଦିଲ୍ଲୀ : ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ୫୦ତମ ଜନ୍ମଦିନ ଲଣ୍ଡନରେ ଖାସ ଅନ୍ଦାଜରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଗାଙ୍ଗୁଲି ଏହି ଅବସରରେ ନିଜ ବନ୍ଧୁଙ୍କ ଉପସ୍ଥିତିରେ କେକ କାଟିଛନ୍ତି । କେବଳ ଏତିକି ନୁହେଁ ଲଣ୍ଡନ ସକଡକରେ ବନ୍ଧୁ ଏବଂ ନିଜ ପରିବାରଙ୍କ ସହିତ ଡ୍ୟାନ୍ସ କରିଛନ୍ତି ଗାଙ୍ଗୁଲ । ଏଥିରେ ଗାଙ୍ଗୁଲି ବଲିଉଡ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଗାଙ୍ଗୁଲିଙ୍କ ଝିଅ ସାନା ଏବଂ ପତ୍ନୀ ଡୋନା ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଗାଙ୍ଗୁଲିଙ୍କୁ ନିଜର ପୂର୍ବତନ ସାଥୀ ଖେଳାଲି ତଥା ବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ଲଣ୍ଡନରେ ଏକ ପ୍ରି ବାର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଏବଂ ସଂପାଦକ ଜୟ ଶାହଙ୍କ ସହ ଉପସ୍ଥିତ ଥିଲେ ।