ପ୍ରଭୁ ଶ୍ରୀରାମଚନ୍ଦ୍ର ଚାରି ହାତ ଉଚ୍ଚ ଥିଲେ

ମୁକ୍ତିଲାଭ କରିଛି ‘ଆଦିପୁରୁଷ’ । ରାମାୟଣକୁ ଆଧାର କରି ତିଆରି ହୋଇଛି ଆଦିପୁରୁଷ । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି । ଅଭିନେତା ପ୍ରଭାସ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରି ଦର୍ଶକକୁ ମନକୁ ଜିଣି ପାରିଛନ୍ତି । ଏବେ କଥା ଉଠୁଛି, ରାମାୟଣର ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ସୀତା ଓ ରାବଣ ଓ ଆଦିପୁରୁଷରେ ସେହି ଚରିତ୍ରରେ ଅବତୀର୍ଣ୍ଣ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନ ।

ବାଲ୍ମିକି ରଚିତ ରାମାୟଣର ସୁନ୍ଦରା କାଣ୍ଡରେ ମାତା ସୀତା ହନୁମାନଙ୍କୁ ପଚାରିଛନ୍ତି, ତମେ ଯଦି ପ୍ରକୃତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଭେଟିଛ ତେବେ ତା’ର ପ୍ରମାଣ ଦିଅ । ହନୁମାନ କହିଛନ୍ତି, ମାତା, ପ୍ରଭୁ ରାମଙ୍କ କାନ୍ଧ ଓ ବାହୁ ବେଶ ବଳିଷ୍ଠ । ଆକର୍ଷଣୀୟ ଆଖି । ଶରୀର ରଙ୍ଗ ଶ୍ୟାମଳ । ପେଟ ଓ କଣ୍ଠରେ ତିନୋଟି ଗାର ପଡ଼ିଛି । ମସ୍ତକରେ ଚାରିଟି ଭଉଁରୀ ଅଛି । ଚବିଶ ଆଙ୍ଗୁଳ ହାତରେ ମାପିଲେ ରାମଚନ୍ଦ୍ରଙ୍କର ଉଚ୍ଚତା ଚାରିହାତ । ପୁରିଲା ପୁରିଲା ପାଶ୍ୱର୍ଭାଗ, ପେଟ, ବକ୍ଷ, ନାକ, କାନ୍ଧ ଓ ଲଲାଟ ।

ମୁଣ୍ଡର କେଶ, ଲୋମ, ଦାଢ଼ି ଅତ୍ୟନ୍ତ କୋମଳ । ତାଙ୍କର ଆଗଭାଗର ଚାରିଟି ଦାନ୍ତ ଚିକ୍କଣ । ଦୁଇଟି ଆଖି, ଦୁଇଟି ନାକ, ଦୁଇଟି ଓଠ, ଦୁଇଟି ବକ୍ଷ, ଦୁଇଟି କହୁଣୀ, ଦୁଇଟି କଲାଇ, ଦୁଇଟି ଜଂଘ, ଦୁଇଟି ଆଣ୍ଠୁ, ଦୁଇଟି ଅଣ୍ଡକୋଷ, ଅଂଟାର ଦୁଇଟି ଭାଗ, ଦୁଇଟି ହାତ, ଦୁଇଟି ଗୋଡ଼ ଅଛି । କୌଣସି ଅଙ୍ଗରେ କିଛି ଦୋଷ ନାହିଁ । ତାଙ୍କ ବିମାତା ଭାଇ ଲକ୍ଷ୍ମଣ ମଧ୍ୟ ମହାତେଜସ୍ୱୀ । ଲକ୍ଷ୍ମଣଙ୍କର ଶରୀର ରଙ୍ଗ ସୁବର୍ଣ୍ଣ ଭଳି । ରାମଙ୍କ ଶରୀର ବର୍ଣ୍ଣ ଶ୍ୟାମଳ ।

Adipurush
Adipurush

ଅଶୋକ ବାଟିକାରେ ମାତା ସୀତାଙ୍କଠାରୁ ମେଲାଣି ନେଇ ହନୁମାନ ଚାଲିଲେ ରାବଣକୁ ଦେଖିବା ପାଇଁ । ଦିବ୍ୟ ପଲଙ୍କ ଉପରେ ଶୟନ କରିଥିଲେ କଳାମେଘ ଭଳି ଦିଶୁଥିବା ରାବଣ । ଆଖି ଦୁଇଟି ଲାଲ । ବଳିଷ୍ଠ ବାହୁ । କାନରେ କୁଣ୍ଡଳ । ଶାରା ଶରୀରରେ ବୋଳା ହୋଇଛି ଲାଲ ଚନ୍ଦନ । କଳାଦେହରେ ଝଟକୁଛି ସୁନାର ଗହଣା । ଦୁଇଟି ବାହୁରେ ରହିଛି ଐରାବତ ହାତୀର ଦାନ୍ତ ଚିହ୍ନ । କାନ୍ଧରେ ଇନ୍ଦ୍ରଙ୍କ ବଜ୍ର ଚିହ୍ନ । ସୁଦର୍ଶନ ଚକ୍ରର ଚିହ୍ନ ମଧ୍ୟ କାନ୍ଧରେ ରହିଛି । ଚଉଡ଼ା ଚଉଡ଼ା ଛାତି ସାଙ୍ଗକୁ ରାବଣଙ୍କ ମୁହଁରେ ଫୁଟିଉଠିଛି ମହାତେଜ । ରାବଣ ଭଳି ମହାତେଜସ୍ୱୀକୁ ଦେଖି ହନୁମାନ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେତିକି ଦୁଃଖ ପ୍ରକାଶ କରିଛନ୍ତି ।

ହନୁମାନଙ୍କ ମତରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଦ୍ରୋହ କରିବାରୁ ରାବଣ ସମସ୍ତଙ୍କ ନିକଟରେ ଖଳନାୟକ ବନିଗଲା । ସ୍ୱର୍ଗର ରାଜା ହେବାର ସବୁ ଲକ୍ଷଣ ରାବଣଙ୍କ ନିକଟରେ ଥିଲା । ସତୀ ସୀତାଙ୍କୁ ଅପହରଣ କରି ରାବଣ ମଲା ।