ତିନିଘଂଟା ଭିତରେ ହିଞ୍ଜିଡି ବନିଗଲେ ନବାଜ

ମାତ୍ର ତିନିଘଂଟା ଭିତରେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକି ପୁରୁଷରୁ ହିଞ୍ଜିଡି ହୋଇଯାଇଛନ୍ତି । ତାଙ୍କୁ ହିଞ୍ଜିଡି ଅବସ୍ଥାରେ ଦେଖି ତାଙ୍କ ଝିଅ କିଛି ସମୟ ପାଇଁ ତାଜୁବ ହୋଇଯାଇଥିଲେ । ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ବାପାଙ୍କୁ ହିଞ୍ଜିଡି ଅବତାର ନେବାକୁ ପଡ଼ିଛି ଜାଣିବା ପରେ ସେ ପ୍ରକୃତିସ୍ଥ ହୋଇଛନ୍ତି ।
ହିଞ୍ଜିଡି ନବାଜଙ୍କର ଏକ ଭିଡିଓ ମୁକ୍ତିଲାଭ କରିଛି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଘୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ଫୁଟାଇବାର କଳାଟି ନବାଜଙ୍କୁ ବେଶ ଜଣା ।

ଖାସ୍‌ ସେଇଥିପାଇଁ ଚଳଚ୍ଚିତ୍ର ‘ହଡ୍ଡି’ ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାର ଶିଖର ଛୁଇଁଛି । ବିଶେଷ କରି ନବାଜଙ୍କର ହିଞ୍ଜିଡି ଚରିତ୍ର ଲୋକଙ୍କୁ ଆକର୍ଷଣୀୟ କରିଛି । ଭିଡିଓଟିରେ ନବାଜଙ୍କୁ ହିଞ୍ଜିଡି ମେକ୍‌ ଅପ୍‌ କରାଯାଉଛି । ତାଙ୍କ ଚାହାଣୀକୁ ଯିଏ ଦେଖୁଛି, ଘଡ଼ିଏ ଅନେଇ ରହୁଛି । ହିଞ୍ଜିଡି ଗେଟ୍‌ ଅପ୍‌ରେ ନବାଜଙ୍କୁ ହଠାତ୍‌ ଚିହ୍ନି ହେଉନାହିଁ । ହିଞ୍ଜିଡି ଚରିତ୍ରକୁ ଜୀବନ୍ତ କରିବା ପାଇଁ ନବାଜ ଖୁବ ମେହେନତ୍‌ କରୁଛନ୍ତି । ଚଳଚ୍ଚିତ୍ରଟିର ନିର୍ମାଣ ଏବେ ଦ୍ରୁତଗତିରେ ଆଗେଇ ଚାଲିଛି । ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।