ରାଜଧାନୀରେ ୫୫ ଘଣ୍ଟିଆ କର୍ଫ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଧିରେ ଧିରେ କୋରନା ସଂକ୍ରମିତ ମାମଲା ଚିହ୍ନଟ ହେଉଛନ୍ତି । ଏହି ସଂକ୍ରମଣ ଚେନ ଭାଙ୍ଗିବାକୁ ସରକାର ଲଗାଇଛନ୍ତି କଡା କଟକଣା । କୋଭିଡ ସଂକ୍ରମଣକୁ ବ୍ରେକ ଦେବାକୁ ୫୫ ଘଣ୍ଟିଆ ୱିକେଣ୍ଡ କର୍ଫ୍ୟୁ ଆରମ୍ଭ ହୋଇଛି । ଏହି କର୍ଫ୍ୟୁ ସମୟରେ ଲୋକଙ୍କୁ ବିନା କାରଣରେ ବାହାରକୁ ବାହାରି ପାରିବେ ନାହିଁ ।

ଅତ୍ୟାବଶ୍ୟକ କାର୍ଯ୍ୟ ସହିତ ଜଡିତ କିଛି ଲୋକଙ୍କୁ ବାହାରକୁ ଯିବାକୁ ଛଡାଯିବ । ସପ୍ତାହାନ୍ତ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣରେ ଜଡିତ କିଛି ଲୋକଙ୍କୁ ସେମାନଙ୍କର ପରିଚୟ ପତ୍ର ଦେଖାଇବା ବାହାରକୁ ଯାଇପାରିବେ । ସେହିପରି ଜରୁରୀକାଳୀନ ସେବା ପାଇଁ ଇ-ପାସ୍‌ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।