ପାକିସ୍ତାନୀ ବୋଲରଙ୍କୁ ଧୋନୀଙ୍କ ଉପହାର

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପାକିସ୍ତାନୀ ପେସର ହୈରିସ ରୌଫଙ୍କୁ ଏକ ସ୍ପେଶାଲ ଉପହାର ପଠାଇଛନ୍ତି । ଯାହାକୁ ପାଇ ହାରିସ୍‌ ଖୁସି ହୋଇଛନ୍ତି । ହାରିସଙ୍କୁ ମାହି ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜର୍ସି । ଏନେଇ ହାରିସ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଧୋନୀଜି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ରୌଫ ଲେଖିଛନ୍ତି ଲେଜେଣ୍ଡ ଓ ଧୋନି ନିଜ ଟି-ସାର୍ଟ ଉପହାର ପଠାଇଛନ୍ତି । ନମ୍ୱର ୭ ନିଜର ଭଲ ଗୁଣ ପାଇଁ ସମସ୍ତଙ୍କ ହୃଦୟରେ ଚର୍ଚ୍ଚିତ । ଆପଣଙ୍କ ଏହି ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ।