ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ନଜର କରି ସରକାର ଗୋଟିଏ ପରେ ଗୋଟିଏ କରୋନା କଟକଣା ହଟାଇବାରେ ଲାଗିଛନ୍ତି । ଏହି କ୍ରମରେ ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖ ଠାରୁ ହଟାଇ ଦିଆଯିବ ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଅକ୍ଟୋବର ୧୮ ତାରିଖରୁ ଘରୋଇ ବ୍ୟବସାୟିକ ଓଡାଣରେ ଯାତ୍ରୀମାନଙ୍କ କ୍ଷମତା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ । ଏହାର ଅର୍ଥ ଏବେ ବିମାନଗୁଡିକ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡାଣ ଭରିପାରିବ ।