ପୁଣିଥରେ ଭାରତ-ଚାଇନା ଆଲୋଚନା

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଉଭୟ ଦେଶ ୯ମ ଥର ପାଇଁ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଯାଉଛନ୍ତି।
ଆସନ୍ତାକାଲି ଭାରତର ଛୁଶୁଲ ସୀମାର ବିପରୀତ ଦିଗରେ ଥିବା ମୋଲଡୋ ଠାରେ ଏହି ଆଲୋଚନା ହେବ। ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଥିପାଇଁ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ହଜାର ହଜାର ସୈନ୍ୟ ମୁତୟନ କରାଯାଇଛି।