କଟକ ପହଂଚିଲା ହଇଜା, ଡାକ୍ତରଖାନାରେ ୧୫ ଚିକିତ୍ସାଧୀନ

ଆଠଗଡ଼: ଅନୁଗୁଳ ଓ କଂଟାବାଂଜିକୁ ଭଲ କରି ଘାଂଟିବା ପରେ କଟକ ପହଂଚିଛି ହଇଜା । ‘ନବୀନ ଓଡ଼ିଶା’କୁ ହଇଜା ଚାଲେଞ୍ଜ କରିଛି । କଟକର ପ୍ରାୟ ୧୫ ଜଣ ହଇଜା ରୋଗୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଅନୁଗୁଳରୁ କଟକର ଆଠଗଡ଼ ବ୍ଲକ ଅନ୍ତର୍ଗତ ତିଗିରିଆର ବିଷ୍ଣୁପୁର ମୁଣ୍ଡିଆ ସାହିରେ ଆସ୍ଥାନ ଜମାଇଛି ହଇଜା । ଆଠଗଡ଼ ମେଡିକାଲରେ ୬ ଜଣ ଚିକିତ୍ସିତ ହେଉଥିଲା ବେଳେ ଜଣକୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି ।

କୋଉ କାରଣରୁ ଆଠଗଡ଼ ବ୍ଲକରେ ହଇଜା ବ୍ୟାପିଲା, ତା’ର କାରଣ ଖୋଜୁଛି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ଏବେ ବିଷ୍ଣୁପୁରରେ ଡେରା ପକାଇଛନ୍ତି ।