ଦୁର୍ବଳ ଆସନକୁ ସୁଦୃଢ଼ କରିବେ ପାଣ୍ଡିୟାନ

ଭୁବନେଶ୍ୱର: ବିଜେଡିକୁ ଅଧିକ ଆସନରେ ଜିତାଇବା ପାଇଁ ଭିକେ ପାଣ୍ଡିୟାନ ଦିନରାତି ଏକ କରି ଦେଇଛନ୍ତି । ମୟୂରଭଞ୍ଜ ଓ ଧାମନଗର ବୁଲିବା ପରେ ପାଣ୍ଡିୟାନ ସୁନ୍ଦରଗଡ଼ରେ ପହଂଚିଛନ୍ତି । ଗତ ନିର୍ବାଚନରେ ଯୋଉ ଆସନଗୁଡ଼ିକ ବିଜେଡି ହାତରୁ ଖସି ଯାଇଥିଲା; ସେହି ଆସନଗୁଡ଼ିକୁ ଦଖଲ କରିବା ପାଇଁ ପାଣ୍ଡିୟାନ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ତୀବ୍ର କରିଛନ୍ତି ।

ଅଧିକରୁ ଅଧିକ ଆସନ ହାତକୁ ଆଣି ବିଜୁ ପଟ୍ଟନାୟକଙ୍କ ୧୨୩ ଆସନ ଦଖଲ ରେକର୍ଡକୁ  ଅତିକ୍ରମ କରିବା ଏବେ ବିଜେଡିର ପ୍ରାଥମିକ ଉଦ୍ଦେଶ୍ୟ । ସୁନ୍ଦରଗଡ଼ ଲୋକସଭା ଆସନଟି ବିଜେପି କବଳରେ ରହିଛି ।

ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭା ଆସନ ବିଜେଡି ହାତକୁ ଯାଇଥିଲା । ତଳସରା, ସୁନ୍ଦରଗଡ଼ ଓ ବୀରମିତ୍ରପୁର ବିଧାନସଭା ଆସନକୁ ବିଜେପି ଦଖଲ କରିଥିଲା । ରାଜଗାଙ୍ଗପୁର ବିଧାନସଭା ଆସନକୁ କଂଗ୍ରେସ ଓ ସିପିଏମ ଦଖଲକୁ ବଣେଇ ଚାଲି ଯାଇଥିଲା ।