ପୁଣି ହସିବ କଟକ ହରିଣ ପାର୍କ

କଟକ: କଟକର ରମଣୀୟ ସ୍ଥାନ ଭିତରୁ ହରିଣ ପାର୍କ ଗୋଟିଏ । ଦିନକୁ ଦିନ ହରିଣ ସଂଖ୍ୟା କମିଯାଉଥିବା ଦେଖି ତାକୁ ହଟାଇବା ପାଇଁ ମହାନଗର ନିଗମ ନିଷ୍ପତି ନେଇଥିଲା । ଏବେ ତାକୁ ହଟାଇବା ବଦଳରେ ହରିଣ ବଂଶ ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରାଯିବ । କଟକର ହରିଣ ପାର୍କ ପୁଣିଥରେ ହସିବ ଓ ସହରବାସୀଙ୍କୁ ହସାଇବ ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି ।