ଶୀତଦିନରେ ଅଧିକ ଥଣ୍ଡା ଲାଗେ କାହିଁକି?

କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କିଛି ଲୋକ ସାଧାରଣ ପବନରେ ଥରିଯାଆନ୍ତି କାହିଁକି?

ଜାଡ଼ଦିନେ ଥଣ୍ଡା ଲାଗିବା, ଓଠ ଓ ହାତଗୋଡ଼ ଥରିବା ମାମୁଲି । କିନ୍ତୁ ଅଧିକାଂଶ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ଥଣ୍ଡା ଲାଗିବା ସାଧାରଣ କଥା ନୁହେଁ । ଥଣ୍ଡା ହେଉ କି ଗରମ; ସେଭଳି ଲୋକମାନେ ସବୁବେଳେ ଥଣ୍ଡା ଅନୁଭବ କରନ୍ତି । କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କିଛି ଲୋକ ସାଧାରଣ ପବନରେ ଥରିଯାଆନ୍ତି କାହିଁକି?

ସବୁବେଳେ ଥଣ୍ଡା ଅନୁଭବ କରିବା ଅର୍ଥ ଶରୀରରେ ଲୌହସାର କମିଯିବା । ରକ୍ତରେ ଲୌହସାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଓ ଅମ୍ଳଜାନକୁ ଶରୀରର ସବୁ ଅଂଶକୁ ପହଂଚାଇଥାଏ ଲୌହସାର। ଶରୀରର ପ୍ରତ୍ୟେକଟି କୋଷଠାରୁ ଆବଶ୍ୟକ ମୁତାବକ କାମ ଆଦାୟ କରିଥାଏ ଲୌହସାର । ଶରୀରରେ ଲୌହସାର ପରିମାଣ କମିଯିବା କାରଣରୁ ରକ୍ତ ସଂଚାଳନ ବାଧାପ୍ରାପ୍ତ ହୋଇଥାଏ । ଫଳରେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ।

ଲୌହସାର ଅଭାବରୁ ବୈଶାଖ ମାସରେ ମଧ୍ୟ ରୋଗୀ ଥଣ୍ଡା ଅନୁଭୂତ କରିଥାନ୍ତି । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଲୌହସାର । ଲୌହସାର ଅଭାବରୁ ଥାଇରଏଡ୍‌ ପ୍ରଭାବିତ ହୋଇଥାଏ, ଫଳରେ ଶରୀରର ତାପମାତ୍ରା ହ୍ରାସ ପାଇଯାଏ।

ଶରୀରରେ ଆବଶ୍ୟକ ପରିମାଣର ଲୌହସାର ପାଇବାକୁ ହେଲେ, ମାଛ, ମାଂସ, ଅଣ୍ଡା ସାଙ୍ଗକୁ ସବୁ ପ୍ରକାରର ଶାଗ ଓ ଚାହିଦା ମୁତାବକ ତଟକା ପନିପରିବା ଖାଇବା ଦରକାର।