ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା

ସାତକୋଶିଆ ଅଭୟାରଣ୍ୟ ଶୁକ୍ରବାରଠାରୁ….

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ ଶୁକ୍ରବାରଠାରୁ କୁମ୍ଭୀର ଓ ପକ୍ଷୀ ଗଣନା କରାଯାଉଛି। ତେଣୁ ଆସନ୍ତା ରବିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍‌ ରହିବ। ଆଜିଠାରୁ ସାତକୋଶିଆ ଗଣ୍ଡ ମଧ୍ୟରେ ଥିବା କୁମ୍ଭୀର ଓ ପକ୍ଷୀ ଗଣନା କରାଯାଉଛି । ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କହିଛନ୍ତି, ଦୁଇଟି ଦଳରେ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତି ଦଳରେ ଜଣେ ନାଉରିଆ ସହ ଜଣେ ବନରକ୍ଷୀ ଦେଶୀ ଡଙ୍ଗାରେ ଯାଇ ଗଣନା କାର୍ଯ୍ୟ କରିବେ। ଚଳିତ ବର୍ଷ ପ୍ରଥମ ଥରପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ଗଣିଆ ବନାଞ୍ଚଳ କର୍ମଚାରୀମାନେ ସିଧାମୂଳାଠାରୁ ପଦ୍ମାବତୀ ପର୍ଯ୍ୟନ୍ତ କୁମ୍ଭୀର ଓ ପକ୍ଷୀ ଗଣନା କାର୍ଯ୍ୟ କରିବେ। ତେବେ ୧୦ ତାରିଖ ଦିନ କେବଳ ପକ୍ଷୀ ଗଣନା କାର୍ଯ୍ୟ କରାଯିବ ।