ରାଜ୍ୟରେ ଶୀତ ପ୍ରକୋପ: ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା

ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ଆସନ୍ତା ଦୁଇ ଦିନ ଭିତରେ….

ଭୁବନେଶ୍ୱର : ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ସମ୍ଭାବନା ଅଛି । ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଉତ୍ତର ଦିଗରୁ କାଲୁଆ ପବନ ପ୍ରବାହ ବଢ଼ିବ ।

ଏହା ପ୍ରଭାବରେ ରାତି ତାପମାତ୍ରା ଏବେ ଯେତିକି ଅଛି, ତା ତୁଳନାରେ ୩ରୁ ୫ଡିଗ୍ରୀ କମିପାରେ । ଭୁବନେଶ୍ୱର ରାତି ତାପମାତ୍ରା ୧୧ ରୁ ୨୨ ଡିଗ୍ରୀରେ ପହଞ୍ଚିପାରେ । ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିପାରେ । ଆସନ୍ତା ୪ରୁ ୫ ଦିନ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି ।