ଗରମ ଦିନେ ରାତିରେ ଥଣ୍ଡା କ୍ଷୀର ପିଉଛନ୍ତି କି? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିବ …

ଗରମ ଦିନେ ରାତିରେ ଥଣ୍ଡା କ୍ଷୀର ପିଇବା …

ଗରମ ଦିନେ ରାତିରେ ଥଣ୍ଡା କ୍ଷୀର ପିଇବା କେତେଦୂର ଠିକ୍‌? ଗରମ ଦିନେ ନିଜକୁ ଭିତରୁ ଥଣ୍ଡା ରଖିବା ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କେହି ଥଣ୍ଡା ପାଣି ପିଇଥାନ୍ତି ତ ଆଉ କେହି ଜୁସ୍‌ ସହ ଦହିପାଣି ପିଇଥାନ୍ତି। ଅନ୍ୟ କେହି ରାତିରେ ଶୋଇବା ପୂର୍ବରୁ ଫ୍ରିଜ୍‌ରେ ରଖିଥିବା ଥଣ୍ଡା କ୍ଷୀର ପିଇଥାନ୍ତି। କିଛି ଲୋକଙ୍କୁ ଏହି ଅଭ୍ୟାସ ଖୁବ୍‌ ପସନ୍ଦ। କିନ୍ତୁ କେବେ ଭାବିଛନ୍ତି ରାତିରେ ଥଣ୍ଡା କ୍ଷୀର ପିଇବା ଶରୀରକୁ କେତେ ପ୍ରଭାବିତ କରିଥାଏ।
ପାଚନ ଓ ମେଟାବଲିଜିମ୍‌ ଉପରେ ପ୍ରଭାବ: ବିଶେଷଜ୍ଞଙ୍କ ମତରେ ରାତିରେ ଆମ ଶରୀରର ପାଚନ କ୍ରିୟା ଓ ମେଟାବଲିଜିମ୍‌ ସାମାନ୍ୟ ଧୀମା ହୋଇଯାଇଥାଏ। ସେଥିରେ ପୁଣି ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏହା ପାଚନ ତନ୍ତ୍ର ପାଇଁ ଚ୍ୟାଲେଞ୍ଜିଂ ହୋଇପଡେ। ଫଳରେ ଗ୍ୟାସ୍‌, ପେଟ ଫୁଲିବା ଓ ହଜମ ନ ହେବା ପରି ସମସ୍ୟା ଉପୁଜିପାରେ। ତେଣୁ ସିଧାସଳଖ ଫ୍ରିଜ୍‌ରୁ କାଢି କ୍ଷୀର ପିଇବା ଅନୁଚିତ୍‌।
ଥଣ୍ଡା କ୍ଷୀର ନିଦ ପାଇଁ ଠିକ୍‌ କି?

ପ୍ରାୟ ଲୋକ ଭଲ ନିଦ ପାଇଁ କ୍ଷୀର ପିଇଥାନ୍ତି। କିନ୍ତୁ ଡାଏଟିସିଆନ୍‌ଙ୍କ ମତରେ ନିଦର ଗୁଣବତା ବଢାଇବା ପାଇଁ ଥଣ୍ଡା ପରିବର୍ତେ ହାଲ୍‌କା ଉଷୁମ କ୍ଷୀର ପିଇବା ଉଚିତ୍‌। ଏହା ଶରୀରକୁ ରିଲାକ୍ସ କରିବା ସହ ମନକୁ ଶାନ୍ତ କରିବାରେ ପ୍ରଭାବଶାଳୀ ହୋଇଥାଏ।
ଥଣ୍ଡା କ୍ଷୀର ଭଲ ନିଦ ଦେଇଥାଏ, କିନ୍ତୁ ଶରୀରକୁ ରିଲାକ୍ସ କରିପାରେନା।
ପୋଷକ ତତ୍ୱର ସ୍ରୋତ ହେଉଛି କ୍ଷୀର: କ୍ଷୀର ଏକ ସମ୍ପୂର୍ଣ୍ଣ ଆହାର। ଏହା କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଭିଟାମିନ୍‌-ବି୧୨ ପରି ପୋଷକ ତତ୍ୱରେ ଭରା। ଏହା କେବଳ ଶରୀରକୁ ପୋଷକ ତତ୍ୱ ଦେଇ ନଥାଏ, ବରଂ ଏଥିରେ ଥିବା ଟ୍ରିପ୍‌ଟେଫୋନ୍‌ ନାମକ ଆମିନୋ ଏସିଡ୍‌ ରାତିରେ ଏକ ଶାନ୍ତିର ନିଦ ଦେଇଥାଏ। କିନ୍ତୁ ଗରମ ଦିନେ ଥଣ୍ଡା କ୍ଷୀର ପିଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଏମାନେ କ୍ଷୀର ପିଇବା ଅନୁଚିତ୍‌?

ବିଶେଷଜ୍ଞଙ୍କ ମତରେ ଗରମଦିନେ ଥଣ୍ଡା କ୍ଷୀର ପିଇବା ସମସ୍ତଙ୍କ ପାଇଁ କ୍ଷତିକାରକ ନୁହେଁ। କେତେକ ବିଶେଷ ସ୍ଥିତିରେ ଏହା କ୍ଷତିକାରକ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଥଣ୍ଡାକାଶ ବା ସଂକ୍ରମଣ ରହୁଥାଏ, ତେବେ ଲାକ୍ଟେଜେନ୍‌ ଇନ୍‌ଟଲରେନ୍ସର ଶିକାର ହୋଇପାରନ୍ତି। ସେହିପରି ପାଚନତନ୍ତ୍ର ଦୁର୍ବଳ ଥିବା ବ୍ୟକ୍ତିମାନେ ମଧ୍ୟ ଥଣ୍ଡା କ୍ଷୀର ପିଇବା ଅନୁଚିତ୍‌।
ସ୍ୱାସ୍ଥ୍ୟ ଓ ସ୍ୱାଦର ତାଳମେଳ: ଯଦି ଗରମରେ କ୍ଷୀର ଆନନ୍ଦ ନେବାକୁ ଚାହାନ୍ତି, ତେବେ ଫ୍ରିଜ୍‌ରୁ କାଢି କ୍ଷୀର ତୁରନ୍ତ ପିଅନ୍ତୁ ନାହିଁ, କ୍ଷୀରକୁ ହାଲ୍‌କା ଉଷୁମ କରି ପିଅନ୍ତୁ, ହାଲ୍‌କା ଉଷୁମ କ୍ଷୀର ପିଇବା ଦ୍ୱାରା ଭଲ ନିଦ ସାଙ୍ଗକୁ ଶରୀରରେ ଥଣ୍ଡା ଅନୁଭବ ହୋଇଥାଏ।