ରାଶିଫଳ ଶନିବାର: ଏହିସବୁ ରାଶିରେ ଶନିଙ୍କ ଅବସାନ ଓ ବୃହସ୍ପତି ଚଳନ ଯୋଗୁ ଅବସ୍ଥା ସୁଧୁରିବ; ଜାଣନ୍ତୁ..

ବୃହସ୍ପତି ଚଳନ ଯୋଗୁ ଅବସ୍ଥା ସୁଧୁରିବ ଏହିସବୁ ରାଶିରେ; ଜାଣନ୍ତୁ..

ମେଷ: କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।

ବୃଷ: ବ୍ୟବସାୟରେ ଲାଭ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କୌଣସି କାରଣରୁ ମନ ଅଶାନ୍ତ ରହିବ । ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ । ବାକି ଦେଇଥିବା ଅର୍ଥ ଫେରିପାଇବେ ।

ମିଥୁନ: ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ଆର୍ଥିକ ଅବସ୍ଥା ସୁଧୁରିବ। ବ୍ୟବସାୟୀ ମାନେ ଲାଭବାନ ହେବେ ।

କର୍କଟ: ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ।

ସିଂହ: ଆଜି ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି । କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି ।

କନ୍ୟା: କାର୍ଯ୍ୟ ଦୃଷ୍ଟିକୋଣରୁ ଆଜି ଆପଣଙ୍କ କୌଣସି ଶୁଭ ଖବର ମିଳିପାରେ । ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ପରିସ୍ଥିତି ଭଲ ରହିବ । ବ୍ୟବସାୟୀ ଆଜି ଦୁଇଗୁଣ ଲାଭ ପାଇପାରିବେ । ଯଦି ଆପଣ ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି ତେବେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି ।

ତୁଳା : ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ । ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

ବିଛା : ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ ।

ଧନୁ: ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ଆଜି ସତର୍କ ରୁହନ୍ତୁ । ଘରର ପରିବେଶ ଆନନ୍ଦଦାୟକ ରହିବ । ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ।

ମକର: ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି । କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ ।

କୁମ୍ଭ : ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ।

ମୀନ: ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆର୍ଥିକ ଅବସ୍ଥା ଦୃଢ ହେବ । ଆଜି ଆପଣ ଏକ ନୂତନ ଆୟର ଉତ୍ସ ପାଇପାରନ୍ତି । ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ।