ରାଶିଫଳ ଗୁରୁବାର: ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ

Horoscope Thursday-15-09-2022

ମେଷ : ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | ଆପଣଙ୍କ ଭିତରେ ନେତୃତ୍ୱର ଗୁଣ ଓ ଲୋକଙ୍କ ଆବଶ୍ୟକତାକୁ ବୁଝିବାର ସମ୍ବେଦନଶୀଳତା ଅଛି | ଯଦି ଆପଣ ନିଜେକୁ ଅଭିବ୍ୟକ୍ତିତ କରିବା ଉପରେ ଜୋର ଦେବେ, ତାହେଲେ ସଫଳତା ଆପଣଙ୍କ ପାଦ ତଳେ ଆସିବା | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ |

ବୃଷ : ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟାରେ ବୁଲିବା କିମ୍ବା କିଣାକିଣି କରିବା ଆନନ୍ଦାୟକ ଓ ମନୋରଞ୍ଜନ ଭରା ରହିବ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ – ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ | ନିଜର ଖାଲି ସମୟର ସଦୁପଯୋଗ କରି ଶିଖନ୍ତୁ, ନହେଲେ ଜୀବନରେ ପଛରେ ପଡିଯିବେ | ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ |

ମିଥୁନ : ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଯେଉଁମାନେ କିଛି ଋଣ ନେଇଥିଲେ , ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ | ଆପଣଙ୍କ ପିଲା ମାନେ କୌଣସି ଖୁସି ଖବର ଆଣି ପାରନ୍ତି | ରସମୟ ଦେଖା ସାକ୍ଷାତ ବିସ୍ମୟକର ରହିବ,କିନ୍ତୁ ବେଶୀ ସମୟ ଯାଏଁ ରହିବ ନାହିଁ | କୌଣସି ଦାମିକା କାର୍ଯ୍ୟ କି ଯୋଜନାରେ ହାଥ ପୁରେଇବା ଆଗରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା |

କର୍କଟ : ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ବେଶୀ ସାବଧାନ ରହିବା ଉଚିତ ବିଶେଷ କରିକି ରଖଚାପ ରୋଗୀ ମାନଙ୍କୁ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ବାଣୀ ପାରେ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି |

ସିଂହ : ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ଘରୋଇ ବିଷୟ ଉପରେ ଅତି ଶୀଘ୍ର ଧ୍ୟାନ ଦେବା ଉଚିତ | ଆପଣଙ୍କ ଦ୍ୱାରା କରା ଯାଇଥିବା ବେଖାତିର ଭାବ ଦାମୀ ପ୍ରମାଣିତ ହେବ | ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଆପଣଙ୍କୁ ଆପଣଙ୍କ ଜୀବନସାଥୀ ଆଡୁ ଗୋଟେ ବିଶେଷ ଉପହାର ମିଳି ପାରେ |

କନ୍ୟା : ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ହେବ ଓ ଆପଣଙ୍କ ଉପରେ ପ୍ରେମର ବର୍ଷା କରିବେ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ସମ୍ପର୍କ ଭାଙ୍ଗି ଦେବାକୁ ଇଚ୍ଛା ହୋଇ ପାରେ |କିନ୍ତୁ ଏମିତିଆ କରନ୍ତୁ ନାହିଁ |

ତୁଳା : କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ଆଜି ଦିନସାରା ଆପଣ ଧନଲାଭ ପାଇଁ ଚେଷ୍ଟାକରୁଥିଲେ ମଧ୍ୟ ଧାନ ଲାଭ ସନ୍ଧ୍ୟାପରେ ହେବ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ | ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ | ଯୋଉଁ ମାନେ ନିଜ କାମ ଉପରେ ଧ୍ୟାନ ଦେବେ ତାଙ୍କୁ ଆଜି ପାରିତୋଷିକ ଓ ଲାଭ ମିଳି ପାରେ | ଆଜି ଏମିତି ବ୍ୟବହାର କରନ୍ତୁ ଜେ ପରି ଆପଣ ଜଣେ ବଡ ପ୍ରସିଦ୍ଧ କଳାକାର,କିନ୍ତୁ କେବଳ ସେଇ ଜିନିଷର ପ୍ରସଂଶା କରନ୍ତୁ ଯିଏ ପ୍ରସଂସାର ପାତ୍ର | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ |

ବିଛା : ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ନିଜ-ନିଜ ଭିତରେ ଭାବିଚିନ୍ତି ବ୍ୟକ୍ତିଗତ ସମସ୍ୟାର ସମାଧାନ କରନ୍ତୁ|ଏହାକୁ ଅନ୍ୟ ମାନଙ୍କ ସାମନାକୁ ଆଣନ୍ତୁ ନାହିଁ,ନଚେତ ଅପବାଦ ହୋଇ ପାରେ ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ | କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ | ଯାତ୍ରା କରିବା ସମୟରେ ଆପଣ ନୂତନ ଜାଗାକୁ ଭ୍ରମଣ କରିବାକୁ ଯିବେ ଓ ମହତ୍ଵପୁର୍ଣ ଲୋକଙ୍କ ସହିତ ସାକ୍ଷାତ ହେବ | ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ନ କାଢ଼ି ପାରନ୍ତି |

ଧନୁ : ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ | ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ସାଙ୍ଗ ମାନଙ୍କ ସହିତ ବୁଲା-ବୁଲି ଆନନ୍ଦ ଦେବ | କିନ୍ତୁ ବେଶୀ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ,ନହେଲେ ଆପଣଙ୍କୁ ଖାଲି ପକେଟ ନେଇ ଘରକୁ ଫେରିବାକୁ ପଡ଼ିବ | ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ | ନୂଆ ବିଚାର ଲାଭକାରୀ ହେବ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |

ମକର : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଆଜି ନିଜ କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ , ବିଶେଷ ଭାବେ କୋଣସି ଉଦ୍ୟମ ବୈଠକରେ ନହେଲେ ନିଜର ପ୍ରତିଷ୍ଠାକୁ ହାନି ହୋଇ ପାରେ | ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ, ନା କି କେବଳ ଅନ୍ୟ ମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବା ତା ଛଡ଼ା ଆପଣଙ୍କ ହୃଦୟ ଭିତରେ ନିଜର ଛବି ବି ସକାରାତ୍ମକ ହେବ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ |

କୁମ୍ଭ : ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଣଙ୍କ ସଫଳତା ପରିବାର ଲୋକଙ୍କୁ ଉତ୍ସାହରେ ଭାରି ଦେବ ଓ ଆପଣ ନିଜର ସଫଳତାର ହାରରେ ଆଉ ଗୋଟେ ରତ୍ନ ଯୋଡ଼ି ପାରିବେ | ଅନ୍ୟ ମାନଙ୍କ ସମାନରେ ଆଦର୍ଶ ହେବ ପାଇଁ ନିଜକୁ ଅଧିକତର ବଣେଇବାକୁ ଚେଷ୍ଟା କରନ୍ତୁ | ପ୍ରେମ ସଦା ବେଳେ ଭାବପୂର୍ଣ୍ଣ ହୋଇ ଥାଏ ଓ ତାହା ଆଜି ଆପଣ ଅନୁଭବ କରିବେ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ |

ମୀନ : ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଂଚି ପାରିବେ ନାହିଁ | କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଯାହାକୁ ଆପଣ ପସଂଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇ ପାରେ | ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି – ସବୁ ଥିରେ ଆପଣଙ୍କର ହିଁ ଚାଲିବ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି |