ଫ୍ରିଜ୍ ଏବେ ରୋଷେଇ ଘରର ଜୀବନ। ଅନେକ ସମୟରେ ଫ୍ରିଜରୁ ଅଜବ ପ୍ରକାରର ଗନ୍ଧ ବାହାରିଥାଏ। ଏହାକୁ ସୁରକ୍ଷିତ ଓ ସତେଜ ରଖିବା ଆମ ଦାୟିତ୍ୱ।
ଅନେକ ସମୟରେ କ୍ଷୀର ଫ୍ରିଜ୍ ଭିତରେ ଦୁର୍ଗନ୍ଧ ସୃଷ୍ଟି କରି ନଥାଏ ବରଂ ଭଲ ଖାଦ୍ୟକୁ ମଧ୍ୟ ନଷ୍ଟ କରି ଦେଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ଚାଲନ୍ତୁ ଜାଣିବା ଫ୍ରିଜରୁ ଗନ୍ଧ କାହିଁକି ବାହାରେ ଓ କେମିତି ଘରୋଇ ଉପାୟରେ ଏହାକୁ ଦୂର କରିପାରିବା?
ଫ୍ରିଜ୍ କାହିଁକି ଗନ୍ଧ ହୁଏ? ଏହାର ପଛରେ ଅନେକ କାରଣ ରହିଥାଏ, ଯାହାକୁ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ।
୧. ବ୍ୟାକ୍ଟେରିଆ ଓ ମୋଲ୍ଡ: ଫ୍ରିଜ୍ ଭିତର ଆର୍ଦ୍ରତା ଓ ଖାଦ୍ୟ କଣିକା କାରଣରୁ ଫ୍ରିଜ୍ରେ ବ୍ୟାକ୍ଟେରିଆ ଓ ଫିମ୍ପି ବଢିଥାଏ।
୨. ଖରାପ ଖାଦ୍ୟ: ଏକ୍ସପାରୀ ହୋଇଯାଇଥିବା କିମ୍ବା ଅଧିକ ସମୟ ଯାଏ ରହିଯାଇଥିବା ଖାଦ୍ୟ, ପଚାଫଳ ଓ ନଷ୍ଟ ହୋଇଯାଇଥିବା ପନିପରିବା କାରଣରୁ।
୩. ଡିପ୍ ପ୍ୟାନ୍: ଫ୍ରିଜ୍ର ତଳେ ଥିବା ଡିପ୍ ପ୍ୟାନ୍ରେ ଅପରିଷ୍କାର ପାଣି ଜମା ହେବା ଯୋଗୁ ଅନେକ ସମୟରେ ଫ୍ରିଜ୍ ଗନ୍ଧ ହୋଇଥାଏ।
୪. ବାସି ଖାଦ୍ୟର ଦାଗ: ଅନେକ ସମୟରେ ଫ୍ରିଜ୍ ଭିତରେ କିଛି ଖାଦ୍ୟ ପଡିଯିବା ଯୋଗୁ ତାହା ପରେ ଗନ୍ଧ ସୃଷ୍ଟି କରିଥାଏ।
କେମିତି ଦୂର କରିବେ?
୧. ଖରାପ ଖାଦ୍ୟ ବାହାର କରନ୍ତୁ: ଗନ୍ଧ ହେବା ମାତ୍ରେ ପ୍ରଥମେ ଖରାପ ଖାଦ୍ୟକୁ ବାହାର କରନ୍ତୁ। ନଷ୍ଟ ହୋଇଥିବା କିମ୍ବା ବେଶୀ ଦିନ ରହିଯାଇଥିବା ଖାଦ୍ୟକୁ ବାହାର କରନ୍ତୁ।
୨. ଡିପ୍ କ୍ଲିନ୍: ଫ୍ରିଜ୍ର ସମସ୍ତ କୋଣଅନୁକୋଣକୁ ସଫା କରନ୍ତୁ। ପ୍ରତ୍ୟେକ ଅଂଶକୁ ବାହାର କରି ସଫା କରନ୍ତୁ। ଗନ୍ଧ ଆପେ ଆପେ ଦୂର ହୋଇଯିବ। ଏହା ବ୍ୟତୀତ ସପ୍ତାହକୁ ଥରେ ସାମାନ୍ୟ ଭାବେ ସଫା କରିବାକୁ ଭୁଲନ୍ତୁ ନାହିଁ।