ଅଙ୍ଗୁରୁ ରସର ଲାଭଦାୟକ ଗୁଣ ଜାଣନ୍ତୁ…

ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି । ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ । ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ ।

ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ । ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ ।