ଦୁଃଖକୁ ଦୂର କରିବାପାଇଁ ଉପାୟ ଜାଣନ୍ତୁ

Sadness

ଦୁଃଖନିବୃତ୍ତି ପାଇଁ ଚେଷ୍ଟା

ସୁଖପ୍ରାପ୍ତି କରିବା ଅପେକ୍ଷା ମନୁଷ୍ୟର ଅଧିକାଂଶ ଚେଷ୍ଟା ଦୁଃଖ ନିବୃତ୍ତି କରିବା ପାଇଁ ହୋଇଥାଏ ଯେମିତି ବେମାର ହେଲେ ଡାକ୍ତର ପାଖକୁ ଯିବା , ଟେଲିଭିଜନ, ଗାଡି ଇତ୍ୟାଦି ଖରାପ ହେଲେ ମରାମତି କରାଇବା ଇତ୍ୟାଦି । ଏହିପରି ମନୁଷ୍ୟ ବିଭିନ୍ନ ପରିସ୍ଥିତିରେ ହେଉଥିବା ଦୁଃଖକୁ କମାଇବା ପାଇଁ ପ୍ରଯତ୍ନ କରୁଥାଏ । ଦୁଃଖ ଦୂର କରିବାପାଇଁ କରାଯାଉଥିବା ଚେଷ୍ଟା ମଧ୍ୟ ଅନେକ ସମୟରେ ସଫଳ ହୋଇନଥାଏ ।

ଗମ୍ଭୀର ବେମାରୀ , ବାର୍ଦ୍ଧକ୍ୟ ଓ ମୃତ୍ୟୁ ଦ୍ୱାରା ହେଉଥିବା ଦୁଃଖକୁ ଦୂର କରିବାପାଇଁ ସାମାନ୍ୟ ମନୁଷ୍ୟ କିଛି କରିପାରେନାହିଁ । ସଂକ୍ଷେପରେ କହିବାକୁ ଗଲେ ଆନନ୍ଦ କିପରି ପ୍ରାପ୍ତ ହୋଇପାରିବ , ତାହାର ଜ୍ଞାନ ନ ଥିବା ଯୋଗୁଁ କ୍ଷନ ସ୍ଥାୟୀ ସୁଖପ୍ରାପ୍ତି ଓ ଦୁଃଖକୁ ଦୂର କରିବା ଚେଷ୍ଟାରେ ହିଁ ଅଧିକାଂଶଙ୍କର ଜୀବନ ବିତିଯାଏ ।
ପ୍ରତ୍ୟେକ ସୁଖରେ ଦୁଃଖ ଅନ୍ତର୍ଭୁକ୍ତ ହୋଇଥାଏ ଯେପରି ରୁଚିକର ଖାଦ୍ୟ ଖାଇବା , ଗୀତ ଶୁଣିବା , ସିନେମା ଦେଖିବା ଇତ୍ୟାଦି ପ୍ରଥମେ ପ୍ରଥମେ ସୁଖ ଦିଏ କିନ୍ତୁ ସେହି ସବୁର ପୁନରାବୃତ୍ତି ହେବା ଫଳରେ ସେଥିରୁ ମିଳୁଥିବା ସୁଖ କମି କମିଯାଏ ଓ ଶେଷରେ ତାହା ଦୁଃଖ ଦେବା ଆରମ୍ଭ କରେ। ଉଦାହରଣ ସ୍ୱରୂପ , ମନେକରନ୍ତୁ ଜଣେ ଆଇସକ୍ରିମ ଖାଇବା ଆରମ୍ଭ କଲେ । ପ୍ରଥମେ ଦୁଇ ଚାରିଟି ଆଗ୍ରହର ସହିତ ଖାଇଲେ । ତାପରେ ବାଧ୍ୟ କରିବାରୁ ଆଉ ଦୁଇଟି ଅଳ୍ପ ଆଗ୍ରହରେ ଖାଇଲେ । ତାପରେ ପୁଣି ବାଧ୍ୟ କରିବାରୁ ସେ ପୁରାପରି ମନା କରିଦେଲେ । ଯଦି ବା ତାଙ୍କୁ ବଳପୂର୍ବକ ଖାଇବାକୁ ଦିଆଯାଏ , ତେବେ ତାଙ୍କ ସ୍ୱାସ୍ଥ୍ୟ ନିଶ୍ଚୟ ଖରାପ ହେବ ଓ ସେ ଦୁଃଖ ପାଇବେ ।

ସେହିପରି ଗୋଟିଏ ଗୀତକୁ ବାରମ୍ବାର ଶୁଣିବା କିମ୍ବା ଗୋଟିଏ ଫିଲ୍ମକୁ ବାରମ୍ବାର ଦେଖିବା ଫଳରେ ସେହି ଏକା ପ୍ରକାର ପରିସ୍ଥିତି ଉତ୍ପନ୍ନ ହୁଏ । ଏଥିରୁ ଜଣାପଡେ ଯେ ପ୍ରତ୍ୟେକ ସୁଖ ପଛରେ ଦୁଃଖ ଲୁଚିରହିଛି ।