ରାଶିଫଳ ୩-୭-୨୦୨୩(ସୋମବାର): ବ୍ୟାସ, ଗୁରୁ ପୂର୍ଣ୍ଣିମା ଓ ଶ୍ରାବଣ ବ୍ରତ ଆରମ୍ଭ

ଅଦ୍ଯ ମିଥୁନ ଦି୧୯ନ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୨୯।୩୪ ଦିଘ୫।୫,ମୂଳା ଦ୧୫।୪୨ ଦିଘ୧୧।୩୨, ଧନୁ ଚନ୍ଦ୍ର ଦ୬୦ନିଶାନ୍ତ। ଭାରତୀୟ ସାଧାରଣ ସମୟ ଅନୁସାରେ ମିଥୁନ ଦ୩/୦୫/୦୦ ଇଂଘ୫/୧୫/୨୪ ଗତେ ଉଦୟ। ଧନୁ ଦ୨/୫୬/୪୨ ଇଂଘ୬/୨୫/୨୦ ଗତେ ଅସ୍ତ ।

ଯୋଗିନୀ ବାୟବ୍ୟେ । ଦିବା ଘ୫।୫ ଗତେ ପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୧।୩୨ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୫୪ ଗତେ ଘ୮।୩୩ ମଧ୍ୟେ କାଳବେଳା । ଘ୩।୭ ଗତେ ଘ୪।୪୭ ମଧ୍ୟେ ବାରବେଳା । ରାତ୍ରି ଘ୧।୧୨ ଗତେ ଘ୨।୩୩ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ଦିବା ଘ୧୧।୩୨ ଗତେ ସାତମାସ ଗଣ୍ଡଦୋଷ । ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ ।ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ ।ଦିବା ଘ୫।୫ ଗତେ କୁଷ୍ମାଣ୍ଡ (ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା ଉପବାସ ।

(ଅମୃତ) – ଦିବା ଘ୮।୨୭ ଗତେ ଘ୧୦।୩ ମଧ୍ୟେ ରାତ୍ରି ଘ୯।୩୬ ଗତେ ଘ୧୨।୪୮ ମଧ୍ୟେ ଘ୨।୨୪ ଗତେ ଘ୪।୦ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୪।୦ ଗତେ ଘ୪।୪୮ ମଧ୍ୟେ ।

ମେଷ: ଚାକିରି କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦରୁ ଦୂରେଇ ରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।

ବୃଷ: ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।

ମିଥୁନ: କିଛି ବିଶେଷ କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।

କର୍କଟ: ଆପଣଙ୍କୁ ଯାହା ଆବଶ୍ୟକ ଥିଲା ତାହା ପାଖଲୋକଙ୍କ ମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

ସିଂହ: ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ବିବାଦରୁ ଦୂରରେ ରହନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।

କନ୍ୟା: ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

ତୁଳା: ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠି ପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଦୀର୍ଘଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତା ମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।

ଧନୁ: ଆର୍ଥିକ ଲାଭର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ମକର: ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।

କୁମ୍ଭ: ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।

ମୀନ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କ ସହିତ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।