ରାଶିଫଳ ସୋମବାର (ଅଗଷ୍ଟ ୨୮, ୨୦୨୩ )

ମେଷ: କାର୍ଯ୍ୟକ୍ଷେତ୍ରରେ ଗୌରବ ବୃଦ୍ଧି ହେବ। ବାଣିଜ୍ୟରେ ଲାଭବାନ ହେବେ। ବନ୍ଧୁମିଳନର ଯୋଗ ସୃଷ୍ଟି ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ବୃଷ: ମଧ୍ୟମ ଧରଣର ଫଳ ପ୍ରାପ୍ତ ସୁଯୋଗ। ସାମାନ୍ୟ କଥାକୁ ନେଇ ଚିନ୍ତିତ, ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଘଟିବ। ଋଣମୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ସମୟ ଭଲରେ ଯିବ ନାହିଁ, ଆଘାତ ପ୍ରାପ୍ତ ହୋଇପାରନ୍ତି। ଅର୍ଥ ହାନି ହୋଇପାରେ। ଧାର୍ମିକ କାର୍ଯ୍ୟରେ ମନଦେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କୁ ଆରାଧନା ସକାଳ ସିଦ୍ଧି।

କର୍କଟ: ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି। ଆୟ ବୃଦ୍ଧି ହେବ। କଳହ ଦେଖାଦେବ। ଭ୍ରମଣ ପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ ଶାନ୍ତିପୂର୍ଣ।

ସିଂହ: ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମାନହାନି ଘଟିପାରେ, କର୍ମକ୍ଷେତ୍ରରେ ଅଗ୍ରଗତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ।

କନ୍ୟା: ନୂତନ ନିଯୁକ୍ତି ମିଳିପାରେ। ସମ୍ପତ୍ତି ଲାଭ ହେବ। ମାନସିକ ଅବସାଦ ଦୂର। କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

ତୁଳା: ଅସୁବିଧାରେ ପଡ଼ିପାରନ୍ତି। ମାନସିକ ଅବସାଦ ହେତୁ କ୍ଳାନ୍ତି ଅନୁଭବ। ବ୍ୟବସାୟରେ ଲାଭବାନ ହେବେ। ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଶୁଭଦାୟକ।

ବିଛା: କର୍ମଦକ୍ଷତା ପରିଲକ୍ଷିତ ସହ ପ୍ରତିଯୋଗିତାରେ ବିଜୟୀ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମିଶ୍ରିତ ଫଳ ପ୍ରାପ୍ତ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ଧନୁ: ଭାବିଚିନ୍ତି କାର୍ଯ୍ୟ କରନ୍ତୁ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ। ବିଦେଶ ଯାତ୍ରା କରିପାରନ୍ତି। କୃଷିଜାତ ଦ୍ରବ୍ୟରୁ ଲାଭବାନ। ମହିଳା ଓ ବିଦ୍ୟାର୍ଥୀ ବିଜୟୀ ହେବେ। ରିଷ୍ଟଖଣ୍ଡନ ପାଇଁ କାଳୀଙ୍କ ମନ୍ତ୍ର ପାଠ।

ମକର: ସମୟ ଆପଣଙ୍କ ପକ୍ଷରେ ଯିବ। ନୂତନ ନିଯୁକ୍ତି ପାଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗ। ସଫଳତା ପ୍ରାପ୍ତି ହେବ। ଆୟ ବୃଦ୍ଧି ରହିବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ ମନ୍ତ୍ର ପାଠ ଶୁଭଦାୟକ।

କୁମ୍ଭ: ଜଗିରଖି ଚଳିବା ଜରୁରୀ। ଆର୍ଥିକ ଅନଟନ ଦେଖାଦେବ। ଅଯଥା ବିବାଦରେ ପଡ଼ିପାରନ୍ତି। ଧାର୍ମିକ ଚିନ୍ତାଧାରା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ବାଧା ଆସିବାର ସମ୍ଭାବନା ରହିଛି। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ର ନାମ ପାଠ।

ମୀନ: ସମୟର ଅନୁକୂଳ ପରିସ୍ଥିତି ରହିବ। ଦାମ୍ପତ୍ୟରେ ଆନନ୍ଦ ରହିବ। ନୂତନ ଦ୍ରବ୍ୟ କ୍ରୟ ସୁଯୋଗ। ବୁଦ୍ଧି ଓ ଜ୍ଞାନ ବଳରେ ବିପଦକୁ ଏଡ଼ାଇ ଯିବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ରହିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ ଶୁଭଦାୟକ।

(ପ୍ରତ୍ୟାଖ୍ୟାନ: \’ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକ / ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା)