ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌

ମୁମ୍ବଇ: ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଭାରତର ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥ ମ୍ୟାଚ୍‌ ରେଫରୀ ରହିବେ। ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ତୃତୀୟ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବେ।

ଏସିଆ କପ ପାଇଁ ଏ ଯାବତ୍‌ ଟିମର ଖେଳାଳିଙ୍କ ବୟସକୁ ଅନୁଧ୍ୟାନ କଲେ ଜଣାଯାଏ, ଟିମ ଇଣ୍ଡିଆର ୭ ଜଣ ଖେଳାଳିଙ୍କ ବୟସ ୩୦ ପାର କରିସାରିଛି । ରୋହିତଙ୍କ ଛଡ଼ା ବିରାଟ କୋହଲି (୩୪ ବର୍ଷ), ରବିନ୍ଦ୍ର ଜାଡେଜା (୩୪), ସୂର୍ଯ୍ୟ କୁମାର ଯାଦବ (୩୨), ମହମ୍ମଦ ସାମି (୩୨), କେଏଲ୍‌ ରାହୁଲ (୩୧) ଓ ଶାର୍ଦ୍ଦୁଳ ଠାକୁର (୩୧)ଙ୍କ ବୟସ ୩୦ ଟପିଛି । ଟିମ୍‌ର ଯୁବ ଖେଳାଳି ତିଲକ ବର୍ମାଙ୍କ ବୟସ ମାତ୍ର ୨୦ ବର୍ଷ । ଟିମର ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ପ୍ରମୁଖ ତିନୋଟି ୟୁନିଟରେ ୩୦ରୁ ଅଧିକ ବୟସ୍କ ଖେଳାଳି ଅଛନ୍ତି ।

ସେହିପରି, ପାକିସ୍ତାନ ଟିମରେ ସାମିଲ ଖେଳାଳିଙ୍କର ହାରାହାରି ବୟସ ୨୬ ବର୍ଷ । ଟିମର ଚାରିଜଣ ଖେଳାଳିଙ୍କ ବୟସ ୩୦ ଅତିକ୍ରମ କରିଛି । ସେମାନେ ହେଉଛନ୍ତି ଫଖର ଜମାନ (୩୩), ଇଫତିକାର ଅହମ୍ମଦ (୩୨), ତୈୟବ ତାହିର (୩୦) ଓ ମହମ୍ମଦ ରିଜୱାନ (୩୧) । ଟିମର ସର୍ବ କନିଷ୍ଠ ଖେଳାଳିଙ୍କ ନାମ ନସିମ ଶାହ (୨୦) । ପାକିସ୍ତାନର ସବୁ ବୋଲର ଓ ଅଲରାଉଣ୍ଡରଙ୍କ ବୟସ ୩୦ ବର୍ଷ ବୟସରୁ କମ୍‌ ।

ଅନ୍ୟପକ୍ଷରେ ଏସିଆ କପ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। କ୍ରିସ୍‌ ଗଫାନେ ଓ ମାସୁଦୁର ରେହମାନ ଏହି ମ୍ୟାଚ୍‌ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ଡେଭିଡ୍‌ ବୁନ୍‌ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ଆଗାମୀ ୩୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।ଚ୍‌ରେ ଶ୍ରୀନାଥ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ତୁଲାଇବେ। ଭାରତ ଓ ନେପାଳ ମଧ୍ୟରେ ସେପ୍ଟେମ୍ବର ୪ରେ ଖେଳାଯିବାକୁ ଥିବାକୁ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ଓ ପାଲିୟାଗୁରୁ ଅମ୍ପାୟାର ଭାବେ କାମ କରିବେ।