ସକାଳ ଜଳଖିଆ ଭାବେ ଗ୍ରହଣ କରନ୍ତୁ ଗଜାମୁଗ; ତେବେ ଜାଣି ରଖନ୍ତୁ….

ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟ ପାଇଁ ଅନେକ ଜିନିଷ ବ୍ରେକଫାଷ୍ଟରେ ସାମିଲ କରୁଥିବେ । ହେଲେ ଏପରି ଏକ….

ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟ ପାଇଁ ଅନେକ ଜିନିଷ ବ୍ରେକଫାଷ୍ଟରେ ସାମିଲ କରୁଥିବେ । ହେଲେ ଏପରି ଏକ ଖାଦ୍ୟ ଅଛି ଯାହାକୁ ସକାଳୁ ଖାଇବା ଆପଣଙ୍କ ଶରୀର ପାଇଁ ରାମବାଣ ପରି କାର୍ଯ୍ୟ କରେ । ତାହା ହେଉଛି ଗଜା ମୁଗ । ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରହିପାରିବେ । ଆସନ୍ତୁ ଜାଣିବା ଗଜାମୁଗ ଖାଇବାର ଉପକାରିତା ଗଜାମୁଗକୁ ପ୍ରତିଦିନ ସକାଳ ଜଳଖିଆ ଭାବେ ଗ୍ରହଣ କଲେ ରକ୍ତହୀନତାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିଥାଏ ।
ଅନ୍ତରାଷ୍ଟ୍ରୀୟ ସ୍ତରରେ ମୁଗକୁ ସୁପର ଫୁଡର ଆଖ୍ୟା ଦିଆଯାଇଛି । ଏହା ପାଖପାଖି ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ଭାରତରେ ତ ଏହା ଆମ ଖାଦ୍ୟ ସାରଣୀର ଏକ ମୁଖ୍ୟ ଅଂଶ । ମୁଗରେ ପ୍ରଚୂର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ  ଓ ବାୟୋଆକ୍ଟିଭ୍ କମ୍ପାଉଣ୍ଡ ରହିଛି । ଏହା ସ୍ତ୍ରୀ ଲୋକମାନଙ୍କର ମହାମାରୀ ସମୟରେ ଅତ୍ୟନ୍ତ କାମ ଦେଇଥାଏ । ଗଜାମୁଗକୁ ପ୍ରତିଦିନ ସକାଳ ଖାଦ୍ୟରେ ସାମିଲ କରିବା ଦ୍ୱାରା ରକ୍ତହୀନତାର ସମସ୍ୟା ଦୂର ହୋଇଯାଏ । ମୁଗ ଡାଲିରେ ଆମିନୋଏସିଡ୍ ଥିବା ହେତୁ ଶରୀର ପାଇଁ ହିତକର  । ଗଜାମୁଗ ଖାଇବା ଦ୍ୱାରା ଦେହ ଫୁର୍ତ୍ତି ଲାଗେ । ଗଜାମୁଗ ପ୍ରୋଟିନର ଗନ୍ତାଘର ଅଟେ । ଏଥିରେ ଥିବା ଆଣ୍ଟିଅକ୍ସିଡାକରଟ ପାକସ୍ଥଳୀ କର୍କଟରୁ ଦୂରେଇ ରଖିଥାଏ ।
ଭାରତ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶରେ ଗରମ ଦିନେ ଅଂଶୁଘାତ ହେବାର ଦେଖାଯାଏ । ଏହି ସବୁଥିରୁ ଦୂରେଇ ରହିବା ପାଇଁ ଗରମ  ଦିନେ ସକାଳେ ଗଜାମୁଗ ଖାଇବା ଆବଶ୍ୟକ । ମୁଗଡାଲି ସୁପରେ ଖରାପ କୋଲେଷ୍ଟ୍ରଲକୁ କମ୍ କରିବାର କ୍ଷମତା ରହିଛି । ତେଣୁ ଯେଉଁମାନେ ମୁଗଡାଲି ସୁପ ନିଜ ଖାଦ୍ୟରେ ସାମିଲ କରନ୍ତି ସେମାନଙ୍କ ହୃଦରୋଗ ଆଶଙ୍କା ଖୁବ୍ କମ୍ ।
ପୋଟାସିୟମ୍, ମ୍ୟାଗ୍ନେସିୟମ ଓ ଫାଇବରରେ ଭରପୁର ଥିବା ହେତୁ ଏହା ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ ।
୨୦୦ ଗ୍ରାମ ମୁଗରେ ୧୫.୪ ପ୍ରତିଶତ ଫାଇବର ରହିଛି । ତେଣୁ ପ୍ରତିଦିନ ସକାଳୁ ଗଜମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ଏହାବ୍ୟତୀତ ମୁଗଡାଲିରେ କାର୍ବୋହାଇଡ୍ରେଟ୍ ପ୍ରଚୂର ପରିମାଣରେ ରହିଛି । ଓଜନ କମାଇବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ପ୍ରତିଦିନ ସକାଳୁ ଖାଲିପେଟରେ ଗଜାମୁଗ ଖାଇବା ଲାଭଦାୟକ । ଗଜାମୁଗରେ ଫାଇବର ଓ ପ୍ରୋଟିନ୍ ଥିବା ଅଧିକ ସମୟ ପର୍ଯ୍ୟନ୍ତ ୋକ ମଧ୍ୟ ଲାଗିନଥାଏ ।