ନିୟମିତ ମୁଠାଏ ବାଦାମ ସେବନ କରି ଦେଖନ୍ତୁ

ସ୍ୱାସ୍ଥ୍ୟକର ନଟ୍ସ ଭିତରେ ବାଦାମର ଲୋକପ୍ରିୟତା ଅଧିକ କାରଣ ସେଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ରହିଥାଏ । ପ୍ରୋଟିନ, କ୍ୟାଲସିୟମ, ଫାଇବର, ମ୍ୟାଗନେସିୟମ, ଭିଟାମିନ-ଇ, ଓମେଗା-୩ ଫେଟି ଏସିଡ୍‌, ଭିଟାମିନ-ବି, ନିୟାସିନ, ରାଇବୋଫ୍ଲେଭିନ ଆଦି ବାଦାମରେ ଅଛି ।

ବାଦାମରେ ଅଧିକ ପରିମାଣର ସାଚୁରେଟେଡ୍‌ ଚର୍ବି ଅଛି ଯାହା ରକ୍ତରେ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ହୃତପିଣ୍ଡ ପାଇଁ ବାଦାମ ଅଧିକ ଉପଯୋଗୀ ।

ବାଦାମର ଫାଇଦା ସଂପର୍କରେ ବହୁତ ତଥ୍ୟ ମିଳିଯିବା ପରେ ଏବେ ବାଦାମ ଖାଇବାକୁ ଅମଙ୍ଗ ହେବେ କି? ବାଦାମକୁ ଭିଜାଇ ଖାଇବା ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ।