ଇସ୍ରାଏଲକୁ ଏଫ୍‌-୩୫ ଯନ୍ତ୍ରାଂଶ ଦେବନି ନେଦରଲାଣ୍ଡ

ମାନବାଧିକାର ସଂଗଠନ ପିଟିସନକୁ ପ୍ରାଥମିକତା ଦେଇ ସୋମବାର ନେଦରଲାଣ୍ଡ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରିଛନ୍ତି  । ଗାଜା ଅଂଚଳରେ ଇସ୍ରାଏଲର ରକ୍ତମୁଖା ଅଭିଯାନକୁ ପ୍ରଶମିତ କରିବା ପାଇଁ ମାନବାଧିକାର ସଂଗଠନ ଡଚ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । ଉକ୍ତ ମାମଲାର ବିଚାର କରି ଡଚ୍‌ ଅଦାଲତ ଇସ୍ରାଏଲକୁ ଏଫ୍‌-୩୫ ଲଢୁଆ ବିମାନର ଯନ୍ତ୍ରପାତି ଯୋଗାଣ ନ କରିବା ପାଇଁ ନେଦରଲାଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ମାନବାଧିକାର ସଂଗଠନ କହିଛି ଯେ ହମାସ ସହିତ ଯୁଦ୍ଧ କରିବାକୁ ଯାଇ ଇସ୍ରାଏଲ ଗାଜା ଅଂଚଳରେ ବହୁ ଆନ୍ତର୍ଜାତିକ ଆଇନ ଉଲ୍ଲଙ୍ଘନ କାମ କରିଛି  ।

ସୂଚନା ମୁତାବକ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ନିର୍ମିତ ଏଫ୍‌-୩୫ ଫାଇଟର ଯନ୍ତ୍ରାଂଶଗୁଡ଼ିକ ନେଦରଲାଣ୍ଡରେ ବହୁଳ ପରିମାଣରେ ମହଜୁଦ ରହିଛି  । ଆମେରିକା ସହିତ ବୁଝାମଣା କରିଥିବା ଇସ୍ରାଏଲ ସମେତ ଅନ୍ୟାନ୍ୟ ଦେଶଗୁଡ଼ିକୁ ଫାଇଟର ଯନ୍ତ୍ରାଂଶ ରପ୍ତାନୀ କରିବା ପାଇଁ ନେଦରଲାଣ୍ଡରେ ଏକ ବିରାଟ ପ୍ରତିରକ୍ଷା ସାମଗ୍ରୀ ଭଣ୍ଡାର କରାଯାଇଛି  ।