ଭାରତର ନାଗରିକତା ଛାଡ଼ିଲେଣି ୧୬ ଲକ୍ଷ

ଏ ବର୍ଷ ୧,୮୩,୭୪୧ ନାଗରିକତା କାଟ୍‌…..

ନୂଆଦିଲ୍ଲୀ: ୨୦୧୧ରୁ ଆଜିସୁଦ୍ଧା ପ୍ରାୟ ୧୬ ଲକ୍ଷ ଲୋକ ଭାରତର ନାଗରିକତା ତ୍ୟାଗ କରିଥିବା ଜଣାପଡ଼ିଛି । ଲୋକସଭାରେ ଆଗତ ଏକ ପ୍ରଶ୍ନର ଜବାବରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନ୍‌ । କଂଗ୍ରେସ ସାଂସଦ ଅବଦୁଲ ଖାଲେକଙ୍କ ପ୍ରଶ୍ନର ଲିଖିତ ଉତରରେ ତଥ୍ୟ ପ୍ରଦାନ କରାଯାଇଛି ।

ତଦନୁଯାୟୀ ୨୦୧୫ରେ ୧୩୧,୪୮୯ ଜଣ ଭାରତର ନାଗରିକତାରୁ ବାଦ୍‌ ପଡ଼ିଛନ୍ତି । ସେହିପରି ୨୦୧୬ରେ ୧୪୧,୬୦୩, ୨୦୧୭ରେ ୧୩୩,୦୪୯, ୨୦୧୮ରେ ୧୩୪,୫୬୧, ୨୦୧୯ରେ ୧୪୪,୦୧୭, ୨୦୨୦ରେ ୮୫,୨୫୬, ୨୦୨୧ରେ ୧୬୩,୩୭୦ ଓ ୨୦୨୨ ଅକ୍ଟୋବର ସୁଦ୍ଧା ୧୮୩,୭୪୧ ଲୋକଙ୍କର ଭାରତୀୟ ନାଗରିକତା କଟିଯାଇଛି । ୨୦୧୧ରେ ୧୨୨,୮୧୯, ୨୦୧୨ରେ ୧୨୦,୯୨୩, ୨୦୧୩ରେ ୧୩୧,୪୦୫ ଓ ୨୦୧୪ରେ ୧୨୯,୩୨୮ ଲୋକଙ୍କର ଭାରତୀୟ ନାଗରିକତା କଟିଥିଲା ।